ବିବାହ ପୂର୍ବରୁ ପୁଅର ବ୍ୟକ୍ତିଗତ ତଥ୍ୟ ଜାଣିବା ପାଇଁ ଥାନାକୁ ପତ୍ର ଲେଖୁଛନ୍ତି କନ୍ୟା, ଜାଣନ୍ତୁ ପୁରା ଘଟଣା…

ଗାଜିଆବାଦ: ଆଜିର ଏ ଆଧୁନିକ ଯୁଗରେ ସବୁଦିନ କିଛି ନା କିଛି ନୁଆ ଘଟଣା ଘଟୁଛି । ଆଜି ଆମେ ଆପଣଙ୍କୁ ସେହିପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ । ଘଟଣା ହେୁଉଛି ୟୁପି ଗାଜିଆବାଦ୍‌ ଅଞ୍ଚଳର, ପୂର୍ବରୁ ଆପଣ ଶୁଣିଥିବେ ବିବାହ ସମୟରେ ପୁଅ ଘର ଲୋକେ ଝିଅ ଦେଖିବାକୁ ଯାଆନ୍ତି କିମ୍ବା ଝିଅ ଘର ଲୋକେ ପୁଅ ଦେଖିବାକୁ ଆସନ୍ତି । ଏଠି କିନ୍ତୁ ଘଟଣା ପୁରା ଓଲଟା ଝିଅ ମାନେ ତାଙ୍କ ଜୀବନସାଥୀ ଚରିତ୍ର କିପରି ଜାଣିବା ପାଇଁ ଥାନାରେ ପ୍ରାର୍ଥନା ପତ୍ର ଦେଉଛନ୍ତି । ୟୁପିର ଗାଜିୟାବାଦର ଇନ୍ଦିରାପୁରମ ଥାନାରେ ଗତ କିଛି ଦିନରେ ଏମିତି ପାଖାପାଖି ୧୦ ପ୍ରାର୍ଥନା ପତ୍ର ଆସି ସାରିଛି । ଏହି ପତ୍ର ଜରିଆରେ ଝିଅମାନେ ନିଜର ଜୀବନ ସାଥୀ ବିଷୟରେ ସବୁକିଛି ଜାଣିବାକୁ ଚାହାଁନ୍ତି । ମାମଲା ସଂପୁର୍ଣ୍ଣ ଭିନ୍ନ ଓ ଚକିତ କରିଦେବା ଭଳି । ଯାହାକି ପୁଲିସକୁ ହଇରାଣରେ ପକାଇଦେଲାଣି ।

ଅଭିଯୋଗ ପତ୍ର ଦାଖଲ କରିଥିବା ଜଣେ ଝିଅ ଜାଣିବାକୁ ଚାହୁଁଛନ୍ତି କି, ତାଙ୍କର ଯେଉଁ ବ୍ୟକ୍ତିଙ୍କ ସହିତ ବିବାହ ହେବାକୁ ଯାଉଛି, ତାଙ୍କର ବ୍ୟାକଗ୍ରାଉଣ୍ଡ କ’ଣ? ପୁଅର କୌଣସି କ୍ରିମିନାଲ ରେକର୍ଡ ତ ନାହିଁ । କିମ୍ବା ତାଙ୍କର ଯେଉଁ ପାସପୋର୍ଟ ତିଆରି ହୋଇଛି । ତାହା ପ୍ରକୃତରେ ସତ୍ୟ ନା ନାହିଁ । ଏହା ବ୍ୟତୀତ ପୁଅର ଘରର ପଂଜିକରଣ କାହା ନାମରେ ଅଛି । ଆଶ୍ଚର୍ଯ୍ୟର କଥା ଏହା ଯେ, ସେମାନେ କିଛି ବ୍ୟକ୍ତିଗତ ପ୍ରଶ୍ନ ବି ପଚାରୁଛନ୍ତିି । ସେ ଝିଅ ଜଣକ କହିଲେ କି, ବିବାହ ପୂର୍ବରୁ ସେ ତାଙ୍କର ହେବାକୁ ଥିବା ଜୀବନସାଥୀ ବିଷୟରେ ପ୍ରଥମେ ସବୁକିଛି ଜାଣି ନେବାକୁ ଚାହାଁନ୍ତି । ଯଦ୍ୱାରା ଆଗକୁ ସଂପର୍କରେ ଫାଟ ସୃଷ୍ଟି ହେବନି ।

ଏହି ମାମଲାରେ ଗାଜିୟାବାଦର ଏସପି କହୁଛନ୍ତି କି, କୌଣସି ଅଜଣା ବ୍ୟକ୍ତିଙ୍କୁ ସଂପୂର୍ଣ୍ଣ ତଥ୍ୟ ଦିଆଯାଇପାରିବନି । ଏମିତି ତଥ୍ୟ ଦେବା ବେଆଇନ ଅଟେ । ଝିଅଙ୍କୁ ଏ ବିଷୟରେ ବୁଝାଇବାକୁ ଚେଷ୍ଟା ମଧ୍ୟ କରାଯାଉଛି ।

ସମ୍ବନ୍ଧିତ ଖବର