ନୂଆଦିଲ୍ଲୀ : ର୍ୟାନ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ରେ ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡ ଘଟଣା ସାରା ଦେଶରେ ତମ୍ବିତୋଫାନ ସୃଷ୍ଟି କରିଥିବା ବେଳେ ଏବେ ଆଉ ଏକ ଜଘନ୍ୟ କାଣ୍ଡ ଦିଲ୍ଲୀରେ ଆଲୋଡ଼ନ ସୃଷ୍ଟି କରିଛି। ର୍ୟାନ୍ ଘଟଣାପରେ ଅନ୍ୟ ସ୍କୁଲ୍ ଗୁଡ଼ିକର ସୁରକ୍ଷା ସ୍ଥିତି ମଧ୍ୟ କେତେ ବିପଜ୍ଜନକ ତାହା ପଦାରେ ପଡ଼ିଯାଇଛି। ଦିଲ୍ଲୀର ଏକ ଘରୋଇ ବିଦ୍ୟାଳୟରେ ଆଜି ଜଣେ ୬ ବର୍ଷୀୟା ଛାତ୍ରୀ ସ୍କୁଲ୍ ଟଏଲେଟ୍ରେ ଦୁଷ୍କର୍ମର ଶିକାର ହୋଇଛି। ପ୍ରଥମ ଶ୍ରେଣୀର ଛାତ୍ରୀ ଜଣଙ୍କୁ ଜଣେ ସ୍କୁଲ୍ କର୍ମଚାରୀ ଦୁଷ୍କର୍ମ କରିଥିବା ଜଣାଯାଇଛି। ସେ ଘରେ ପହଞ୍ଚିବାପରେ ତାଙ୍କ ମା’ଙ୍କୁ ସବୁକଥା ଜଣାଇଥିଲା। ପରେ ଛାତ୍ରୀର ବାପା ମା’ ସ୍କୁଲ୍ରେ ପହଞ୍ଚି ପ୍ରିନ୍ସିପାଲଙ୍କୁ ଅବଗତ କରାଇବାପରେ ପୁଲିସରେ ଏଫଆଇଆର ଦାଏର କରିଥିଲେ। ଛାତ୍ରୀର ବାପା କହିଛନ୍ତି ଯେ ପିଲାମାନଙ୍କର ଯତ୍ନ ନେବାପାଇଁ ଥିବା ମହିଳା କର୍ମଚାରୀ ଓ୍ଵାସରୁମ୍ରେ ନଥିବାବେଳେ ଆଉ ଜଣେ କର୍ମଚାରୀ ଏହାର ସୁଯୋଗ ନେଇ ଏଭଳି କାଣ୍ଡ ଘଟାଇଥିଲେ। ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଛାତ୍ରୀକୁ ଚିକିତ୍ସା ପାଇଁ ଏମ୍ସ ନିଆଯାଇଛି। ଅଭିଯୁକ୍ତକୁ ଗିରଫ କରାଯାଇ ତା’ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି।
ଦିଲ୍ଲୀ ସ୍କୁଲ୍ ଟଏଲେଟ୍ରେ ୬ ବର୍ଷୀୟା ଛାତ୍ରୀଙ୍କୁ ଦୁଷ୍କର୍ମ
/sambad/media/post_attachments/wp-content/uploads/2017/10/download-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)