ଲକ୍ଷ୍ନୌ:ଝାଡ଼ଖଣ୍ଡରୁ୧୪ ବର୍ଷ ପୂର୍ବରୁ ଅପହରଣ କରି ଦିଲ୍ଲୀରେ ବିକ୍ରି କରାଯାଇଥିବା ଜଣେ ଯୁବତୀଙ୍କୁ ଜଣେ ଡାକ୍ତରଙ୍କ ଘରୁ ଉଦ୍ଧାର କରାଯାଇଛି। ଆଶ ଜ୍ୟୋତି କେନ୍ଦ୍ରର ଏକ ଟିମ୍‌ ଗତକାଲି ରାଜାଜୀପୁରମ୍‌ରେ ଥିବା ଜଣେ ଡାକ୍ତରଙ୍କ ଘରୁ ଉଦ୍ଧାର କରିଥିବା ଜଣାଯାଇଛି।ଆଶା ଜ୍ୟୋତି କିରଣର ପ୍ରଭାରୀ ଅର୍ଚ୍ଚନା ସିଂହ କହିଛନ୍ତି, ମେ’ ମାସ ୨୫ରେ ଦିଲ୍ଲୀର ଏନଜିଓ ମହିଳା ଶିଶୁ ଦିବ୍ୟାଙ୍ଗ ସମିତିର ରେଣୁ ତୁରା ହଜରତଗଂଜରେ ମକବରାସ୍ଥିତ ଏକ ହଷ୍ଟେଲରୁ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଯୁବତୀମାନେ କହିଥିଲେ ଯେ, ହଷ୍ଟେଲ ପରିଚାଳକ ଏବଂ ତାଙ୍କର ସଂପର୍କୀୟ ଡାକ୍ତରଙ୍କ ଅଧିନରେ ୧୦ରୁ ୧୨ ଜଣ ଝିଅ ଫସିଛନ୍ତି ।

Advertisment

ପୁଲିସକୁ ସୂଚନା ମିଳିଥିଲା ଯେ ମାନବ ଚୋରା ଚାଲାଣ ଜାଲରେ ପଡ଼ିଥିବା କିଛି କିଶୋରୀଙ୍କୁ ବନ୍ଧକ ରଖାଯାଇଛି। ପୁଲିସ ମାମଲାର ତଦନ୍ତ କରି ବିଭୁତିଖଣ୍ଡର ଏକ ଆପାର୍ଟମେଣ୍ଟରେ ଚଢାଉ କରିବା ବେଳେ ସେଠାରେ ଥିବା ନାବାଳିକାମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିଥିଲା ଗ୍ୟାଙ୍ଗ। ତେବେ ସେହି ଗ୍ୟାଙ୍ଗ୍‌ରେ ସକ୍ରିୟ ଥିବା ଜଣେ ଡାକ୍ତର ଥିବା ଓ ସେ ମାନବ ଅଙ୍ଗର ଚୋରାଚାଲାଣ କରୁଥିବାର ଅଭିଯୋଗ ବି ଥିଲା ପୁଲିସ ପାଖରେ।

publive-image photo-navbharattimes

ପୁଲିସ ରାଜାଜୀପୁର ନିବାସୀ ଜଣେ ଡାକ୍ତରଙ୍କ ଘରେ ଚଢାଉ କରି ସେଠାରୁ ଝାଡ଼ଖଣ୍ଡରୁ୧୪ ବର୍ଷ ପୂର୍ବରୁ ଅପହରଣ କରି ଦିଲ୍ଲୀରେ ବିକ୍ରି କରାଯାଇଥିବା ଜଣେ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣାରେ ହଜରତଗଂଜ ଓ ଆଲମବାଗର ଅନ୍ୟ ଦୁଇ ଜଣ ଡାକ୍ତରଙ୍କ ନାଆଁ ବି ଚର୍ଚ୍ଚାକୁ ଆସିଛି। ସେହି ନାବାଳିକାକୁ ୪୦ ହଜାର ଟଙ୍କାରେ ବିକ୍ରି କରି ଥିଲା ଜଣେ ଏଜେଣ୍ଟ ବୋଲି ବି ଜଣାଯାଇଛି।