ସ୍କୁଲର ଶୌଚାଳୟରେ ନିଜର ହାତ କାଟିଦେଲେ ଯୁବତୀ, କାରଣ ପଚରାଯିବା ପରେ କହିଲେ; ମୁଁ ଜାଣି ନାହିଁ କ’ଣ ପାଇଁ ଏମିତି କଲି…

କୋଲକାତା : କୋଲକାତାରେ ଥିବା ଏକ ଘରୋଇ ସ୍କୁଲର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ଖବର ମିଳିଛି । ଏ ଘଟଣା ପରେ ସ୍କୁଲର କର୍ମଚାରୀ ପୀଡ଼ିତାଙ୍କୁ ଡ଼ାକ୍ତରଖାନା ନେଇଥିଲେ । ତାଙ୍କର ଚିକିତ୍ସା ପରେ ଏବେ ପୀଡ଼ିତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏ ନେଇ ସ୍କୁଲ କର୍ତ୍ତୃପକ୍ଷ ଯାଞ୍ଚ କରୁଥିବା ବେଳେ ପୀଡ଼ିତା ଘଟଣାକୁ ନେଇ ଏକ ଅଜବ ବୟାନ ଦେଇଛନ୍ତି । ମୋ ସହିତ ଏମିତି କ’ଣ ହେଲା ଯେ ମୁଁ ଏଭଳି ପଦକ୍ଷେପ ନେଲି । ତାହା ମୁଁ ଜାଣି ନାହିଁ ବୋଲି କହିଛନ୍ତି ପୀଡ଼ିତା ।

PBS

ସୂଚନା ମୁତାବକ, କୋଲକାତାରେ ଥିବା ବଲ୍ଲିଗଞ୍ଜ ଶିକ୍ଷା ସଦନରେ ପଢ଼ୁଥିବା ପୀଡ଼ିତା ହଠାତ ମଙ୍ଗଳବାର ସ୍କୁଲର ଶୌଚାଳୟକୁ ଯାଇ ନିଜର ହାତ କାଟି ଦେଇଥିଲେ । ଏ ନେଇ ସ୍କୁଲର ପ୍ରଶାସନକୁ ଖବର ମିଳିବା ପରେ ତୁରନ୍ତ ପୀଡ଼ିତାଙ୍କୁ ଉଦ୍ଧାର କରାଯାଇ ତାଙ୍କ ଚିକିତ୍ସା କରାଯାଇଥିଲା । ଚିକିତ୍ସା ପରେ ପୀଡ଼ିତା ମାନସିକ ରୋଗ ପାଇଁ ଚିକିତ୍ସିତ ହେଉଥିବା ସାମ୍ନାକୁ ଆସିଲା । ଯାହା ପାଇଁ ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ସ୍କୁଲର ପ୍ରିନ୍ସିପାଲ ସୁଦେଶନା ବାନାର୍ଜି ।

ସମ୍ବନ୍ଧିତ ଖବର