‘ବାପା ତୁମେ ଥିଲେ କେହି ଖୁସିରେ ରହିପାରିବେନି’ ଲେଖି ଛାତତଳକୁ ଡେଇଁପଡ଼ିଲେ ଯୁବତୀ

ଗାଜିଆବାଦ: ମାନସିକ ଚାପ ସହିନପାରି ଆତ୍ମହତ୍ୟା କଲେ ଜଣେ ୨୫ ବର୍ଷୀୟ ଫ୍ୟାଶନ୍ ଡିଜାଇନର୍ | ଉତ୍ତରପ୍ରଦେଶ ଗାଜିଆବାଦର ରାଜନଗର ଏକ୍ସଟେନ୍ସନରେ ଥିବା କେଡବ୍ଲୁ ସୃଷ୍ଟି ସୋସାଇଟିରେ ସୋମବାର ରାତି ପ୍ରାୟ ୮ଟା ସମୟରେ ଏକାଦଶ ମହଲାରୁ ଡେଇଁ ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି | ନନ୍ଦଗ୍ରାମ ପୁଲିସ ସୂଚନା ପାଇ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ପୁଲିସର ସୂଚନାନୁସାରେ, ମୃତ ଯୁବତୀ ଜଣକ ଡାଏରୀରେ ଏକ ସୁଇସାଈଡ଼ ନୋଟ ଲେଖିଛନ୍ତି ଯେଉଁଥିରେ ସେ ପରିବାର ଓ ଚାକିରିର ଚାପ ବିଷୟରେ ସେ ଉଲ୍ଲେଖ କରିଛନ୍ତି। ମୃତ ଯୁବତୀଙ୍କ ନାମ ଆୟୁଷି ଦୀକ୍ଷିତ ବୋଲି ଜଣାପଡିଛି |

ପୁଲିସର ସୂଚନା ମୁତାବକ ମେରଟର ବାସିନ୍ଦା ସତୀଶ ଦୀକ୍ଷିତ ପତ୍ନୀ ଆଶା, ବଡ଼ ଝିଅ ଶ୍ରୁତି, ସାନ ଝିଅ ଆୟୁଷି ଏବଂ ପୁଅ ନିକିଶ ସହ ଫ୍ଲାଟ ନମ୍ବର ୧୧୦୧ ରେ ରହୁଥିଲେ | ଆୟୁଷି କଙ୍ଗରା, ହିମାଚଳରୁ ଫ୍ୟାଶନ ଡିଜାଇନିଂ ପାଠ୍ୟକ୍ରମ ପଢିବା ପ୍ରାୟ ତିନି ବର୍ଷ ଧରି ନୋଏଡାଠାରେ ଏକ ଫ୍ୟାଶନ ଡିଜାଇନର୍ ଭାବେ କାମ କରୁଥିଲେ | ପୁଲିସର ସୂଚନାନୁସାରେ, ସୋମବାର ଦିନ ଫ୍ଲାଟରେ ଆୟୁଷି ଓ ତାଙ୍କ ମା ଥିଲେ। ରାତି ପ୍ରାୟ ଆଠଟା ବେଳେ ଆୟୁଷି ବାଲକୋନୀରୁ ତଳକୁ ଡେଇଁପଡ଼ିଥିଲେ |

ଏହା ପରେ ଘଟଣାସ୍ଥଳରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା ଓ ପୁଲିସକୁ ଖବର ଦିଆଯାଇଥିଲା | ଏହା ପରେ ପୁଲିସ ଘଟଣାସ୍ଥଳରୁ ମୃତଦେହ ସହ ଏକ ଆତ୍ମହତ୍ୟା ନୋଟ ଜବତ କରିଛି। ଯେଉଁଥିରେ ସେ ତାଙ୍କ ପିତାଙ୍କ ବିଷୟରେ କିଛି ଲେଖିଛନ୍ତି | ସେ ଲେଖିଛନ୍ତି ଯେ ବାପା ତୁମେ ଥିଲେ କେହି ଖୁସିରେ ରହିପାରିବେନି | ଏହା ସହିତ ଚାକିରିର ଚାପ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି |

ସମ୍ବନ୍ଧିତ ଖବର