ଯୁଦ୍ଧରେ ଲଢ଼ିବାକୁ ଏବେ ପୂର୍ବ ପ୍ରେମିକମାନଙ୍କ ଠିକଣା ଜଣାଇଦେଉଛନ୍ତି ଧୋକାର ଶିକାର ପ୍ରେମିକା

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ ନିଆରା ଟ୍ରେଣ୍ଡ ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ଯେଉଁ ମହିଳାମାନେ ସେମାନଙ୍କ ସ୍ୱାମୀ ବା ପ୍ରେମିକଙ୍କଠାରୁ ପ୍ରତାରଣା ପାଇଛନ୍ତି ସେମାନେ ଏବେ ସେମାନଙ୍କ ସ୍ୱାମୀ/ପ୍ରେମିକଙ୍କ ଫୋନ ନମ୍ବର ସହ ଠିକଣା ସେନାବାହିନୀକୁ ଦେଉଛନ୍ତି | ଯାହାଦ୍ୱାରା ସେନା ବାହିନୀ ସେମାନଙ୍କୁ ଖୋଜି ସେନାରେ ସାମିଲ କରିପାରିବ ଓ ଯୁଦ୍ଧକ୍ଷେତ୍ରକୁ ପଠାଇପାରିବ | ବାସ୍ତବରେ, ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ପୁଟିନ ଅଧିକ ସୈନିକ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୁହାଯାଉଛି ଯେ ପ୍ରାୟ ୩୦୦,୦୦୦ ନୂତନ ସୈନିକଙ୍କୁ ନିଯୁକ୍ତି ଦିଆଯିବ | ଏହି ସୈନିକମାନେ ସହିଦ ହେଲେ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ମିଳିବ | ଏହି ପରିପ୍ରେକ୍ଷୀରେ ଏବେ ଅନେକ ମହିଳା ସେମାନଙ୍କୁ ଧୋକା ଦେଇଥିବା ପ୍ରେମିକ/ସ୍ୱାମୀମାନଙ୍କୁ ଯୁଦ୍ଧକ୍ଷେତ୍ରକୁ ପଠାଇବାକୁ ଚାଁହୁଛନ୍ତି | ଅନେକ ମହିଳା ଯୁକ୍ତି ଦେଇଛନ୍ତି ଯେ ବର୍ତ୍ତମାନ ତାଙ୍କର ପୂର୍ବ ସ୍ୱାମୀ କିମ୍ବା ପ୍ରେମିକଙ୍କର କୌଣସି ଲାଭ ନାହିଁ | ସେମାନେ ଦେଶର କାର୍ଯ୍ୟରେ ଆସିବା ଭଲ।

ସୂଚନା ଅନୁଯାୟୀ, ଏହି ସୈନିକମାନଙ୍କର ଯଦି ଦେହାନ୍ତ ହୁଏ. ତେବେ ଅନୁକମ୍ପାମୂଳକ ରାଶି ତାଙ୍କ ପିଲାମାନଙ୍କୁ ଦିଆଯିବ। ଋଷର ଯାଞ୍ଚ ଶାଖା ଭର୍ଟସ୍କା ଏହି ଆଶ୍ଚର୍ଯ୍ୟଜନକ ସୂଚନା ଦେଇଛି । ଏହା ଅନୁଯାୟୀ ବହୁ ସଂଖ୍ୟକ ମହିଳା ସେନାର ନିଯୁକ୍ତି କାର୍ଯ୍ୟାଳୟକୁ ଏଭଳି ସୂଚନା ପଠାଇଛନ୍ତି। ଏହି ସୂଚନାରେ ସେମାନଙ୍କ ପୂର୍ବ ସ୍ୱାମୀଙ୍କ ନାମ ଏବଂ ଠିକଣା ରହିଛି | ଏହି ବ୍ୟକ୍ତିମାନେ ନିଜ ପତ୍ନୀ କିମ୍ବା ପ୍ରେମିକାମାନଙ୍କୁ ଛାଡିଦେଇଛନ୍ତି ଏବଂ ସେମାନେ ଆଉ ସେମାନଙ୍କର ପିଲାମାନଙ୍କର ଦାୟିତ୍ୱ ନେଉ ନାହାଁନ୍ତି | ଏହି ତାଲିକାରେ ଟିଭି ଉପସ୍ଥାପିକା ତଥା ମଡେଲ ଡାନା ବୋରିସୋଭାଙ୍କ ନାମ ମଧ୍ୟ ରହିଛି। ବୋରିସୋଭା ତାଙ୍କ ପୂର୍ବତନ ସ୍ୱାମୀଙ୍କ ମଧ୍ୟରେ ଆଇନଗତ ଲଢେଇ ଜାରି ରହିଛି |

ଏଭଳି ପରିସ୍ଥିତିରେ ସେ ଋଷର ଅଧିକାରୀମାନଙ୍କୁ ତାଙ୍କ ସ୍ୱାମୀଙ୍କୁ ସେନାରେ ସାମିଲ କରାଇବାକୁ ଅନୁରୋଧ କରିଛନ୍ତି । ବୋରିସୋଭା କହିଛନ୍ତି ଯେ ସେ ମୋ ଝିଅର ପିତା ହୋଇଥିବାବେଳେ ସେ ମୋତେ କୌଣସି ପ୍ରକାରର ଆର୍ଥିକ ସାହାଯ୍ୟ ଦିଅନ୍ତି ନାହିଁ | ମୁଁ ଭାବୁଛି ସେ ଯଦି ସେନାରେ ନିଜର ଦାୟିତ୍ୱ ନିର୍ବାହ କରନ୍ତି ତେବେ ଏହା ବହୁତ ଭଲ ହେବ | ଯଦି ସେ ନିଜ ଝିଅର ଦାୟିତ୍ୱ ନେଉନାହାନ୍ତି, ଅନ୍ତତଃପକ୍ଷେ ଦେଶର ଦାୟିତ୍ୱ ନିର୍ବାହ କରନ୍ତୁ |

ସମ୍ବନ୍ଧିତ ଖବର