ବେଜିଂ: ଆପଣ ଯଦି ଭାବୁଥାନ୍ତି ଯେ ପ୍ରେମ ନିବେଦନ ବା ପ୍ରେମ ଯତାଇବା ସବୁବେଳେ ପ୍ରଥମେ ପୁଅ ପକ୍ଷରୁ ହୁଏ ବୋଲି ତେବେ ଭୁଲ୍ ଭାବୁଛନ୍ତି। ଝିଅମାନେ ବି ପ୍ରଥମେ ପ୍ରେମ ଦେଖାଇ ପାରନ୍ତିି ଓ ତାହା ପୁଣି ବେଶ୍ ନିଆରା ଢଙ୍ଗରେ ବୋଲି ପ୍ରମାଣ କରିଛନ୍ତି ଚୀନର ଜଣେ ଯୁୁବତୀ। ୨୪ ବର୍ଷୀୟା ଏହି ଯୁବତୀଙ୍କ ନାମ ଜିଆଓଜିଙ୍ଗ୍। ସେ ତାଙ୍କ ପ୍ରେମିକଙ୍କୁ ପ୍ରଥମ ପ୍ରେମ ବାର୍ଷିକୀ ଶୁଭେଚ୍ଛା ଦେବା ବେଳେ ଉପହାର ଆକାରରେ ଏକ ଦାମୀ ଘର ଓ ବିଏମ୍ଡବ୍ଲୁ ଗାଡ଼ି ଦେଇଥିବା କଥା ଏବେ ବେଶ୍ ଚର୍ଚ୍ଚା ପାଲଟିଛି।
ଜାଣିରଖନ୍ତୁ ଯେ ଯୁବତୀଙ୍କର ବର୍ଷେ ତଳୁ ତାଙ୍କ ପ୍ରେମିକଙ୍କ ସହ ପ୍ରେମ ସଂପର୍କ ରହିଥିଲା। ତାଙ୍କ ପ୍ରେମିକ ତାଙ୍କ ପାଇଁ ଯାହା ସବୁ ତ୍ୟାଗ କରିଛନ୍ତି ତାହାର ପ୍ରତିବଦଳରେ ସେ ତାଙ୍କୁ ଏପରି ଦାମୀ ଉପହାର ପ୍ରଦାନ କରିଛନ୍ତିି।
ତେବେ, ସେମାନେ ପ୍ରଥମ ଥର ପାଇଁ ଯେଉଁଠିକି ଯାଇଥିଲେ ଜିଆଓଜିଙ୍ଗ୍ ସେହି ସ୍ଥାନରେ ହିଁ ନିଜ ପ୍ରେମିକଙ୍କୁ ଗାଡ଼ି ଓ ଘରର କାଗଜପତ୍ର ଦେଇଛନ୍ତି। ସେ ତାଙ୍କ ବିଏମ୍ଡବ୍ଲୁ ଗାଡ଼ିର ଚାବି, ଘର କାଗଜପତ୍ର ସହ ଏକ ଫୁଲତୋଡ଼ା ମଧ୍ୟ ଦେଇଛନ୍ତି ନିଜ ପ୍ରେମିକଙ୍କୁ।