ନୂଆଦିଲ୍ଲୀ: ଛତିଶଗଡ଼ର ଖେରଗଢ଼ ଛୁଇଖଦାନ ଗଣ୍ଡଇ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପାର୍ସଲ ବୋମା ଦେଇ ହତ୍ୟା ଷଡ଼ଯନ୍ତ୍ର ରଚାଯାଇଥିବା ଘଟଣାର ପୁଲିସ ପର୍ଦ୍ଦାଫାସ କରିଛି। ଏହି ମାମଲାରେ ସମ୍ପୃକ୍ତ ଥିବା ୭ଜଣ ଅପରାଧୀରକୁ ପୁଲିସ ଗିରଫ କରି ଯାଞ୍ଚ ଆରମ୍ଭ କରିଛି।
ପାର୍ସଲ ବୋମା ମାମଲାକୁ ନେଇ ଏସପି ଲକ୍ଷ୍ୟ ବିନୋଦ କହିଛନ୍ତି, ‘ଗଣ୍ଡଇ ଜିଲ୍ଲାର କୁସମି ଗ୍ରାମର ୨୦ବର୍ଷୀୟ ଅଭିଯୁକ୍ତ ବିନୟ ପାଖ ଗ୍ରାମରେ ରହୁଥିବା ଜଣେ ଯୁବତୀଙ୍କୁ ସ୍କୁଲ ସମୟରୁ ଭଲ ପାଇ ଆସୁଥିଲେ। ଗତ ୪୦ଦିନ ତଳେ ଉକ୍ତ ଯୁବତୀଙ୍କ ବିବାହ ହୋଇଥିଲା। ସେ ତାଙ୍କ ଶାଶୁଘରକୁ ଚାଲି ଯାଇଥିଲେ। ପ୍ରେମିକାର ବିବାହକୁ ବିନୟ ଆଦୌ ସହ୍ୟ କରି ପାରି ନଥିଲେ। ସେ ପ୍ରେମିକା ଶାଶୁଘରଲୋକଙ୍କୁ ବୋମାରେ ଉଡ଼ାଇ ଦେବା ପାଇଁ ଷଡଯନ୍ତ୍ର କରିଥିଲେ।
ବିନୟ ଅନଲାଇନ ଜରିଆରେ ବୋମା ତିଆରି କରିବା ପ୍ରଣାଳୀ ଶିଖିବା ପରେ ହୋମଥିଏଟରରେ ପାଖାପାଖି ୨କିଲୋ ଆଇଇଡି ଲଗାଇ ସେଥିରେ ଡେଟୋନେଟରକୁ ପ୍ଲଗ ସହିତ ଯୋଡ଼ିଥିଲେ। ଫଳରେ ଏଥିରେ ଯେମିତି ହିଁ ବିଦ୍ୟୁତ ବିତରଣ ହେବ ତାହା ବିସ୍ଫୋରଣ ହୋଇଯିବ। ଏହାପରେ ନକଲି ଇଣ୍ଡିଆ ପୋଷ୍ଟର ଲୋଗୋ ଲଗାଇ ପ୍ରେମିକାର ଶାଶୁଘରଲୋକଙ୍କୁ ପଠାଇ ଦେଇଥିଲେ ବିନୟ।
ପ୍ରେମିକା ଶାଶୁଘର ଲୋକ ଉକ୍ତ ପାର୍ସଲ ଖୋଲିଥିଲେ ସତ କିନ୍ତୁ ପ୍ରସ୍ତୁତି ପ୍ରଣାଳୀରେ କିଛି ତ୍ରୁଟି ରହିଥିବା ହେତୁ ଏହି ପାର୍ସଲ ବିସ୍ଫୋରଣ ହୋଇ ନଥିଲା। ସଙ୍ଗେସଙ୍ଗେ ପରିବାରଲୋକ ଏହି ଘଟଣା ବିଷୟରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣା ସମ୍ପର୍କରେ ଖବର ପାଇ ଉକ୍ତ ବୋମାକୁ ନିଷ୍କ୍ରିୟ କରିଥିଲା। ଏହାପରେ ଯାଞ୍ଚ ଆରମ୍ଭ କରି ଘଟଣାରେ ସମ୍ପୃକ୍ତ ବୋହୂର ପ୍ରେମିକ ସମେତ ୭ଜଣଙ୍କୁ ଗିରଫ କରିଥିଲା।
ଏହି ଘଟଣା ପୁଣିଥରେ ୨୦୧୮ ଫେବ୍ରୁଆରି ୨୩ତାରିଖରେ ପାଟଣାଗଡ଼ରେ ଘଟିଥିବା ପାର୍ସଲ ବୋମାବିସ୍ଫୋରଣକୁ ମନେ ପକାଇ ଦେଇଛି। ଏହି ଘଟଣାରେ ସୌମ୍ୟଶେଖର ଏବଂ ତାଙ୍କ ଆଈ ଜେନାମଣିଙ୍କ ମୃତ୍ୟୁ ଘଟିଥିଲା।
ସୌମ୍ୟଙ୍କମା’ ସଂଯୁକ୍ତା ସାହୁଙ୍କ ସହ ଚାକିରିରେ ପଦୋନ୍ନତିକୁ ନେଇ ବିବାଦ କାରଣରୁ ପୁଞ୍ଜିଲାଲ୍ ମେହେର ଏହି କାଣ୍ଡ ଭିଆଇଥିଲା।
ଅଭିଯୋଗ ଅନୁସାରେ,ଅତିଚତୁରତା ଏବଂ ଅତ୍ୟାଧୁନିକଜ୍ଞାନକୌଶଳର ସହ ପୁଞ୍ଜିଲାଲ ଏହି ବୋମାଫୁଟାଇବାରେ ସଫଳ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/17/dcbc3138-c72f-4f2a-9be3-2f1eb9ceb770-2025-08-17-21-40-28.jpg)