ଭୋପାଲ : ଶନିବାର ରାତିରେ ସାମାନ୍ୟ କାରଣ ପାଇଁ ରୋଶନପୁରା ଅଞ୍ଚଳରେ ଦୁଇ ଜଣ ଛାତ୍ରୀ ଜଣେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଶେଷରେ ଟ୍ରାଫିକ ପୁଲିସ ଆସିବା ପରେ ଯାଇ ଦୁଇ ଛାତ୍ରୀ ଶାନ୍ତ ହୋଇଥିଲେ । ପ୍ରଥମେ ଅସଦାଚରଣ ମାମଲା ବୋଲି ପୁଲିସ ଭାବୁ ଥିବା ବେଳେ ପରେ ପ୍ରକୃତ କାରଣ ସାମ୍ନାକୁ ଆସିଥିଲା । ୩ଜଣଙ୍କୁ ପୁଲିସ ଷ୍ଟେସନ ନିଆଯାଇ ପଚରାଉଚରା କରାଯିବା ପରେ ପ୍ରକୃତ କାରଣ ଜାଣି ଆପୋଷ ସମାଧାନ କରି ୩ଜଣଙ୍କୁ ଘରକୁ ପଠାଇଥିଲା ପୁଲିସ ।
ସୂଚନା ମୁତାବକ, କଲେଜର ଦୁଇ ଛାତ୍ରୀ ଏବଂ ଜଣେ ଛାତ୍ର ଗୋଟେ ବସରେ ଯାତ୍ରା କରୁଥିଲେ । ଏହି ସମୟରେ ବସର କଣ୍ଡକ୍ଟର ୨ଜଣ ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ଆଣ୍ଟି କହି ବସ ଭଡ଼ା ମାଗିଥିଲେ । ଯାହାକୁ ଶୁଣି ପାଖରେ ବସିଥିବା ଛାତ୍ରଜଣଙ୍କ ଜୋରରେ ହସି ପକାଇଥିଲେ । ହସିବା ଦେଖି ଦୁଇ ଛାତ୍ରୀ ରାଗିଯିବା ସହ ବସ୍ରୁ ଓହ୍ଲାଇବା ପରେ ହସିଥିବା ଛାତ୍ରକୁ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/aa-10.jpg)