ଶିମଲା : ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଏକ ନିଭୃତ ଅଞ୍ଚଳରେ ଥିବା ଏକ ଶିଶୁ ସୁରକ୍ଷା ଗୃହର ୩ ଜଣ କର୍ମଚାରୀ ୬ ବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଛନ୍ତି। ଚମ୍ବା ଜିଲ୍ଲା ହେଡକ୍ୱାର୍ଟରଠାରୁ ୧୦୦ କିମି ଦୂର ଟିସାର ଚିଲ୍ଲିରେ ଥିବା ଏହି ଶିଶୁ ସୁରକ୍ଷା ଗୃହ ହିମାଚଳ ପ୍ରଦେଶ ଶିଶୁ କଲ୍ୟାଣ ପରିଷଦ ଦ୍ୱାରା ପରିଚାଳିତ ହେଉଛି। ଆଶ୍ରୟ ସ୍ଥଳରେ ସମୁଦାୟ ୩୪ ଜଣ ଝିଅ ରହୁଥିବାବେଳେ ସେମାନଙ୍କ ଦାୟିତ୍ୱ ନେବାପାଇଁ ଅନେକ କର୍ମଚାରୀ ନିୟୋଜିତ ଅଛନ୍ତି। ତେବେ ଘଟଣା ବାବଦରେ ପ୍ରଥମେ ଗୃହର ଜଣେ ୧୬ ବର୍ଷୀୟା ବାଳିକା ଗୃହ ଦାୟିତ୍ୱରେ ଥିବା ଜୁମା ଖାନ୍ଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ କହିଥିଲେ ଗୃହର କ୍ଲର୍କ, ରୋଷେୟା ଏବଂ ଝାଡ଼ୁଦାରଙ୍କ ଦ୍ୱାରା ସେ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ଏହାପରେ ଅନ୍ୟ ୫ ଜଣ ମଧ୍ୟ ସମାନ ଭାବେ ଯାଇ ଖାନ୍ଙ୍କୁ ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ଖାନ୍ ଚମ୍ବା ଡେପୁଟି କମିସନରଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବାପରେ ପୁଲିସ ଏଥିନେଇ ଏକ ମାମଲା ରୁଜ୍ଜୁ କରିଛି ଏବଂ ସମସ୍ତ ବାଳିକାମାନଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି। ଏସପି ବିରେନ୍ଦ୍ର ତୋମାର କହନ୍ତି ଯେ ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ଆଇପିସିର ଧାରା ୩୫୪ଏ ଅଧିନରେ ମାମଲା ରୁଜ୍ଜୁ କରାଯାଇଛି। ମହିଳା ଏବଂ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ମାନଶୀ ସହାୟ କହିଛନ୍ତି ଯେ ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତମାନଙ୍କୁ ନିଲମ୍ବିତ କରାଯିବ। ଶିଶୁ ସୁରକ୍ଷା ଗୃହର ସମସ୍ତ ବାଳିକାମାନଙ୍କୁ ଅନ୍ୟ ଏକ ଗୃହକୁ ସ୍ଥାନାନ୍ତରିତ କରାଯିବାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ କେବଳ ୬ ଜଣ ବାଳିକା ନୁହନ୍ତି ଆହୁରି ଅଧିକ ମଧ୍ୟ ଯୌନ ନିର୍ଯାତନାର ଶିକାର ହୋଇଥିବା ଅନୁମାନ କରାଯାଉଛି। ହିମାଚଳ ପ୍ରଦେଶ ହାଇକୋର୍ଟର ଜଷ୍ଟିସ ତାରଲକ୍ ସିଂ ଚୌହାନ ଚମ୍ବାକୁ ଯାଇ ୬ ଜଣ ବାଳିକାଙ୍କୁ ଭେଟିଛନ୍ତି।
ହିମାଚଳ ଶିଶୁ ସୁରକ୍ଷା ଗୃହରେ ଯୌନ ନିର୍ଯାତନା: ୩ ଗିରଫ
/sambad/media/post_attachments/wp-content/uploads/2017/09/sex-haras.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)