ବିବାହ ପ୍ରତିଶ୍ରୁତି ନଥିଲେ ଭାରତର ଯୁବତୀମାନେ ଯୌନ ସମ୍ପର୍କ ରଖନ୍ତି ନାହିଁ : ମଧ୍ୟପ୍ରଦେଶ ହାଇକୋର୍ଟ

ନୂଆଦିଲ୍ଲୀ: ଭାରତରେ ଯୁବତୀମାନେ ସାଧାରଣତଃ ବିବାହ ପୂର୍ବରୁ ଯୌନସମ୍ପର୍କ ରଖିନଥାନ୍ତି ତେବେ ଯଦି ବିବାହ ପ୍ରତିଶ୍ରୁତି ଥାଏ ତେବେ ସେମାନେ ଯୌନସମ୍ପର୍କ ରଖିବାକୁ ରାଜି ହୋଇଥାନ୍ତି ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ କହିଛନ୍ତି

ଆଜି ଏକ ମାମଲାର ବିଚାର କରି ହାଇକୋର୍ଟ ବେଞ୍ଚ କହିଛନ୍ତି ଯେଭାରତ ଏବେ ବି ଏକ ରକ୍ଷଣଶୀଳ ସମାଜ ହୋଇ ରହିଛି ଏହା ସେପରି ଏକ ସ୍ତରକୁ ଉଠିନାହିଁ ( ଉଚ୍ଚ ବା ନିମ୍ନ) ଯେ ଯୁବତୀମାନେ କେବଳ ଉପଭୋଗ ପାଇଁ ବିବାହ ପୂର୍ବରୁ ପୁଅ ମାନଙ୍କ ସହ ସମ୍ପର୍କ ରଖିବେ ତେବେ ଯଦି  ବିବାହର ପ୍ରତିଶ୍ରୁତି ଥାଏ ତେବେ ସେମାନେ କେତେକ ସ୍ଥଳେ ରାଜି ହୋଇଥାନ୍ତି ଏଣୁ ଯଦି ଜଣେ ଯୁବକ ଜଣେ ଯୁବତୀଙ୍କ ସହ ଯୌନ ସମ୍ପର୍କ ରଖୁଛନ୍ତି ସେ ଜାଣିବା ଉଚିତ ଯେ ତାହାର ପରିଣାମ ଆଗକୁ କଣ ହେବ ସେମାନେ ତାହାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିବା ଆବଶ୍ୟକ

ସମ୍ବନ୍ଧିତ ଖବର