ଝିଅମାନଙ୍କୁ ପୂର୍ଣ୍ଣ ଅଧିକାର ସହିତ ଟେକ୍ନୋଲୋଜି କ୍ଷେତ୍ରରେ ସମାନ ଭାଗିଦାରୀ ଜରୁରୀ: ଇଶା ଅମ୍ବାନୀ

ନୂଆଦିଲ୍ଲୀ: ଡିଜିଟାଲ ଯୁଗରେ ଭାରତକୁ ବିଶ୍ୱର ଅଗ୍ରଣୀ ଭାବରେ ଉଭା ହେବାକୁ ହେଲେ ଝିଅମାନଙ୍କୁ ଆଗକୁ ଆଣିବାକୁ ପଡ଼ିବ । ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ସୂଚନା ଏବଂ ସଞ୍ଚାର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଝିଅମାନଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଜରୁରୀ । ଦୂରସଂଚାର ବିଭାଗ ଦ୍ୱାରା ଆୟୋଜିତ ‘ଗାର୍ଲସ ଇନ୍ ଆଇସିଟି ଇଣ୍ଡିଆ  ୨୦୨୪’ରେ ଝିଅମାନଙ୍କୁ ସମ୍ବୋଧନ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ନିର୍ଦ୍ଦେଶକ ଇଶା ଅମ୍ବାନୀ ଏହା କହିବା ସହିତ ଝିଅମାନଙ୍କୁ ଟେକ୍ନୋଲୋଜିକୁ କ୍ୟାରିୟର ଭାବରେ ବାଛିବା ପାଇଁ ଉତ୍ସାହିତ କରିଥିଲେ । ଟେକ୍ନୋଲୋଜି କ୍ଷେତ୍ରରେ ମହିଳା ଓ ପୁରୁଷଙ୍କ ଅନୁପାତ ସମାନ ହେବା ଉଚିତ୍ ଏବଂ ଏଥିପାଇଁ ଆମକୁ ଆହୁରି ଅନେକ ବାଟ ଅତିକ୍ରମ କରିବା ବାକି ଅଛି ବୋଲି ଇଶା କହିଛନ୍ତି ।

ଭାରତ ସରକାରଙ୍କ ଦୂରସଂଚାର ବିଭାଗ, ଅନ୍ତର୍ଜାତୀୟ ଦୂରସଂଚାର ସଂଘ (ଦକ୍ଷିଣ ଏସିଆ), ଇନୋଭେସନ୍ ସେଣ୍ଟର ଦିଲ୍ଲୀ ଏବଂ ଜାତିସଂଘର ଅନ୍ୟ ଏଜେନ୍ସିମାନଙ୍କ ଦ୍ୱାରା ମିଳିତ ଭାବରେ ‘ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି କ୍ଷେତ୍ରରେ ଝିଅ (ଜିଆଇସିଟି) ଭାରତ – ୨୦୨୪’ ଆୟୋଜିତ ହୋଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରି ଇଶା ଅମ୍ବାନୀ କହିଛନ୍ତି ସରକାର ଆବଶ୍ୟକ ସୁଧାର କରୁଛନ୍ତି ଏବଂ ଏହାର ସୁଫଳ ମଧ୍ୟ ଦେଖିବାକୁ ମିଳୁଛି । ବିଗତ ଦଶନ୍ଧିରେ ଟେକ୍ନୋଲୋଜି କ୍ଷେତ୍ରରେ ମହିଳାଙ୍କ ପ୍ରତିନିଧିତ୍ୱ ୬% ବୃଦ୍ଧି ପାଇଛି, କିନ୍ତୁ ଉଦ୍ୟୋଗ ଜଗତକୁ ମଧ୍ୟ ଏହି ଦିଗରେ ଯୋଗଦାନ ଦେବାକୁ ପଡିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର