ତିରୁଭାନାମାଲାଇ (ତାମିଲନାଡ଼ୁ): ତାମିଲନାଡ଼ୁର ତିରୁଭାନାମାଲାଇରେ ଥିବା ଏକ ସେଲଟର ହୋମ୍ରେ ଆଶ୍ରୟ ନେଇଥିବା ୧୫ ଜଣ ନିରାଶ୍ରୟା ନାବାଳିକା ଅନ୍ତେବାସିନୀଙ୍କୁ ବଳପୂର୍ବକ ଅଶ୍ଳୀଳ ଭିଡିଓ ଦେଖାଯିବା ସହ ସେମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ୧୫ ଜଣ ନିରାଶ୍ରୟା ନାବାଳିକାଙ୍କ ବୟସ ୬ରୁ ୧୭ବର୍ଷ ପାଖାପାଖି ହେବ। ଏମାନଙ୍କୁ ଦୁଇମାସ ପୂର୍ବରୁ ସେଠାରୁ ଉଦ୍ଧାର କରାଯାଇଥିଲା।
/sambad/media/post_attachments/wp-content/uploads/2019/01/dc-Cover-35cs0j3ml82cbr31ld5rtmv8g0-20160320065134.Medi_-1-300x168.jpeg)
୨୦୧୮ ନଭେମ୍ବରରେ ଅଧିକାରୀ ତିନିଟି ସେଲଟର୍ ହୋମ୍ ସିଲ୍ କରି ୮୮ଜଣ ପିଲାଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ୮୮ଜଣଙ୍କ ମଧ୍ୟରୁ ୭୭ଜଣ ଝିଅ ଓ ୧୧ଜଣ ପୁଅ ଥିବା ଜଣାପଡ଼ିଥିଲା।
/sambad/media/post_attachments/wp-content/uploads/2019/01/images-82-300x200.jpg)
ସେଲଟର ହୋମ୍ ନାବାଳିକା ଅନ୍ତେବାସିନୀମାନେ ଅଭିଯୋଗ କରି କହିଥିଲେ, ସେମାନେ ଗାଧୋଉ ଥିବା ସମୟରେ ତାଙ୍କ ଫଟୋ ଓ ଭିଡିଓ ପ୍ରସ୍ତୁତ କରାଯାଉଥିଲା। କେବଳ ଏତିକି ନୁହେଁ ସେଲଟର ହୋମ୍କେୟାର ଟେକର ସେମାନଙ୍କୁ ବଳପୂର୍ବକ ଅଶ୍ଲୀଳ ଭିଡିଓ ଦେଖାଇବା ସହ ସେମାନଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିଲା। ସେଲଟର ହୋମ୍ କେୟାର ଟେକରକୁ ପୁଲିସ୍ ଗିରଫ କରିବା ସହ ସେଲଟର ହୋମ୍କୁ ସିଲ୍ କରି ଦେଇଛି। ଅନ୍ତେବାସିନୀଙ୍କ ଅଭିଯୋଗ କ୍ରମେ ସେଲଟର୍ ହୋମ୍ରେ ଥିବା କମ୍ପ୍ୟୁଟର ଯାଞ୍ଚ କରାଯାଇଥିଲା, କିନ୍ତୁ ସମସ୍ତ ପ୍ରମାଣକୁ ସେଥିରୁ ଡିଲିଟି କରି ଦିଆଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଏକ ହାଡ ଡିସ୍କ ଜବତ କରାଯାଇଛି, ଯାହାକି ମହିଳା ଅଦାଲତଙ୍କ ହେପାଜତରେ ଅଛି। ପୁଲିସ କୌଣସି ବି ଡାଟାକୁ ଫେରି ପାଇବା ପାଇଁ ଏହି ଡିସ୍କକୁ ଫରେନ୍ସିକ୍ ଲ୍ୟାବ୍କୁ ପଠାଇବା ନେଇ ଅଦାଲତଙ୍କ ଅନୁମତି ଲୋଡିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/Child-Porno-1-1.jpg)