ଯୌନ ଉତ୍ପୀଡ଼ନ ଓ ଦଷ୍କର୍ମରୁ ନିସ୍ତାର ପାଇବାକୁ ଇଂଲଣ୍ଡ୍‌ରେ ଥିବା ଆଫ୍ରିକୀୟ ବଂଶୋଦ୍ଭବ ବାଳିକା କରୁଛନ୍ତି ଏମିତି ଉପାୟ

ନୂଆଦିଲ୍ଲୀ: ଅବାଞ୍ଛିତ ପୁରୁଷ ଦୃଷ୍ଟି, ଯୌନ ଉତ୍ପୀଡ଼ନ ଓ ଦୁଷ୍କର୍ମ ଏଡ଼ାଇବାକୁ ଇଂଲଣ୍ଡ୍‌ର ବାଳିକାମାନେ ଅନୁସରଣ କରୁଛନ୍ତି ଗୋଟାଏ ଆଫ୍ରିକୀୟ ଉପାୟ। ଉପାୟଟି ହେଲା ପଥରକୁ ତତାଇ ଛାତିରେ ସେକ ଦେଇ ବକ୍ଷ ଉନ୍ନତ ହେବାରେ ବିଳମ୍ବ ଘଟାଇବା।

ଲଣ୍ଡନ୍‌, ୟର୍କସାୟର୍‌, ଇସେକ୍ସ ଏବଂ ପଶ୍ଚିମ ମିଡ୍‌ଲାଣ୍ଡ୍‌ସ୍‌ରେ ଥିବା କେତେକ ଆଫ୍ରିକୀୟ ବଂଶୋଦ୍ଭବ ସମ୍ପ୍ରଦାୟ ବାଳିକାମାନେ ଏ ଭଳି ଯନ୍ତ୍ରଣାଦାୟକ ସେକର ସରବ୍ୟ ହେଉଛନ୍ତି ବୋଲି ଶନିବାର ଦିନ ପ୍ରକାଶ ପାଇଛି ‘ଦି ଗାର୍ଡିଆନ୍‌’ ନାମକ ଖବରକାଗଜରେ।

ଏହି ପ୍ରଥାକୁ ଜାତିସଂଘ ଲୁଚାଛପାରେ ଚାଲିଥିବା ୫ଟି ବିଶ୍ୱସ୍ତରୀୟ ଅପରାଧ ଏବଂ ଲିଙ୍ଗଗତ ହିଂସା ଭାବେ ବର୍ଣ୍ଣନା କରିଛି।
ମାଆମାନେ ଏହି ପ୍ରଥାକୁ ବାଳିକାମାନଙ୍କ ଲାଗି ପାରମ୍ପରିକ ସୁରକ୍ଷା ବୋଲି ବିଚାର କରୁଥିବା ବେଳେ ଡାକ୍ତର ଏବଂ ପୀଡ଼ିତାଙ୍କ ମତରେ ଏହା ନିର୍ଯାତନା। ଏହା ଶାରୀରିକ, ମାନସିକ କ୍ଷତ, ସଂକ୍ରମଣ, ସ୍ତନ୍ୟପାନ କରାଇବା ଅକ୍ଷମତା, ବିକଳାଙ୍ଗ ଓ ସ୍ତନ କର୍କଟ।

ଦକ୍ଷିଣ ଲଣ୍ଡନର କ୍ରୋୟଡନ୍‌ ସହରରେ ଏଭଳି ୧୫-୨୦ଟି ଘଟନା ଘଟିଥିବା କଥା ଜଣେ ସାମାଜିକ କର୍ମୀ କହିଛନ୍ତି। ମାଆ, ମାଉସୀ ବା ଜେଜିମାଆମାନେ ଏହି ପଥର ସେକ ଦିଅନ୍ତି। ବକ୍ଷର ଟିସୁ ଭାଙ୍ଗିବାକୁ ସ୍ଥଳ ବିଶେଷରେ ଏହି ସେକ ସପ୍ତାହକୁ ଥରେ, ଦୁଇ ସପ୍ତାହକୁ ଥରେ ଦିଆଯାଏ।

ସେମାନଙ୍କ ନିକଟରେ ଏ ସଂକ୍ରାନ୍ତ କୌଣସି ଅଭିଯୋଗ ନାହିଁ ଏବଂ ଏହା ଚାଲିଥିବା କଥା ସନ୍ଦେହ ହେଉଛି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର