ପ୍ଲାଷ୍ଟିକ ଦିଅନ୍ତୁ, କ୍ଷୀର ପ୍ୟାକେଟ ପାଆନ୍ତୁ: ଆରମ୍ଭ ହେଲା ଭିନ୍ନ ଯୋଜନା

ଚଣ୍ଡୀଗଡ଼: ପରିବେଶକୁ ପ୍ଲାଷ୍ଟିକ୍ ଆବର୍ଜନା ମୁକ୍ତ କରିବାକୁ ନିଆରା ଉପାୟ । ବ୍ୟବହାର ପରେ ଅଦରକାରୀ ହୋଇ ପଡିଥିବା ୧୦ଟି ପ୍ଲାଷ୍ଟିକ୍ ବୋତଲ ଆଣନ୍ତୁ, ସାଥୀରେ ମାଗଣାରେ କ୍ଷୀର ପ୍ୟାକେଟ ନେଇ ଯାଆନ୍ତୁ । ଏପରି ଏକ ଯୋଜନା ହରିୟାଣାର ପଂଚକୁଲାରେ ଦେଖିବାକୁ ମିଳିଛି । ପଂଚକୁଲା ନଗର ନିଗମ ସହରକୁ ୨୦୨୦ରେ ଶ୍ରେଷ୍ଠ ୨୦ ସହର ଭିତରେ ପଂଚକୁଲାକୁ ସ୍ଥାନ ଦେବାକୁ ଏପରି ଏକ ଏକ୍ସଚେଂଜ ଅଫର ହାତକୁ ନେଇଛନ୍ତି । ସହରରେ ସଂପୂର୍ଣ୍ଣ ସ୍ୱଛତା ଯୋଜନା ଅଧିନରେ ଏହି କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଛି । ଏହାକୁ ଲୋକେ ମଧ୍ୟ ସ୍ୱାଗତ କରିଛନ୍ତି ।

Waste360

ଅଧିକ ସଂଖ୍ୟାରେ ପ୍ଲାଷ୍ଟିକ ବୋତଲ ଆଣି କ୍ଷୀର ନେବାକୁ ଲୋକେ ଆଗ୍ରହ ଦେଖାଉଛନ୍ତି । ଅଦରକାରୀ ପ୍ଲାଷ୍ଟିକ ବୋତଲ ବଦଳରେ କ୍ଷୀର ଦେଇ ପରୋକ୍ଷରେ ଲୋକଙ୍କ ମଧ୍ୟରେ ପ୍ଲାଷ୍ଟିକ ପରି ବର୍ଜ୍ୟବସ୍ତୁକୁ ବାହାରେ ନଫିଙ୍ଗିବାକୁ ଏକ ବାର୍ତ୍ତା ଦେବାକୁ ପଂଚକୁଲା ପ୍ରଶାସନ ଉଦ୍ୟମ କରିଛି ।

୧୦ଟି ପ୍ଲାଷ୍ଟିକ ବୋତଲ ବଦଳରେ ଗୋଟିଏ ପ୍ୟାକେଟ୍ କ୍ଷୀର କିମ୍ବା ଦହି , ୭ଟି ପ୍ଲାଷ୍ଟିକ ବୋତଲ ବଦଳରେ ୨୦୦ ଗ୍ରାମ ଦହି, ୫ଟି ପ୍ଲାଷ୍ଟିକ ବୋତଲ ବଦଳରେ ଗୋଟିଏ ବ୍ରେଡ ମଧ୍ୟ ଦିଆଯିବାକୁ ବ୍ୟବସ୍ଥା ହୋଇଛି । ଏହି ବେଷ୍ଟ ଏକ୍ସଚେଂଜ ଅଫର ପଂଚକୁଲାର ସେକ୍ଟର ୭, ୮, ୯ ଓ ୧୧ରେ ଥିବା ବିଶେଷ ଷ୍ଟଲରେ ଲାଗୁ ହୋଇଛି ।

ସମ୍ବନ୍ଧିତ ଖବର