କାନଫିଲ୍‌ଡ(ଆମେରିକା): ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ ଜଣେ ଯୋଦ୍ଧା ଭାବେ ଅଭିହିତ କରିଛନ୍ତି ତାଙ୍କ ଝିଅ ତଥା ପରାମର୍ଶଦାତ୍ରୀ ଇଭାଙ୍କା ଟ୍ରମ୍ପ୍। ରାଷ୍ଟ୍ରପତି ନିର୍ବାଚନ ପ୍ରଚାରର ଅନ୍ତିମ କ୍ଷଣରେ ଇଭାଙ୍କା ଆମେରିକୀୟ ଭୋଟରମାନଙ୍କୁ ଭାବପ୍ରବଣତାରେ ଭିଜାଇ ନିଜ ପିତାଙ୍କ ପାଇଁ ଭୋଟଭିକ୍ଷା କରିଛନ୍ତି। ତାଙ୍କ ପିତାଙ୍କ ପରି ଜଣେ ଯୋଦ୍ଧା ନିଜ ଦେଶବାସୀଙ୍କୁ ଯେତିକି ପ୍ରତିଶ୍ରୁତି ଦେଇଥିଲେ, ତାହାଠାରୁ ଅଧିକ କରି ଦେଖାଇଛନ୍ତି। ତେଣୁ ତାଙ୍କୁ ଆଉ ଚାରିବର୍ଷ ଲାଗି ଶାସନ କ୍ଷମତା ଅର୍ପଣ କରିବା ଲାଗି ଇଭାଙ୍କା ଶନିବାର ଓହିଓ ଠାରେ ସମବେତ ଜନତାଙ୍କୁ ନିବେଦନ କରିଛନ୍ତି। ବିଗତ ଚାରି ବର୍ଷ ହେଲା ତାଙ୍କ ପିତା ଡୋନାଲ୍‌ଡ ପୂର୍ବ ଶାସକମାନଙ୍କ ତ୍ରୁତିପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ସଂଶୋଧନ କରି ଦେଶକୁ ଉତ୍ତମ ବାଟରେ ପରିଚାଳିତ କରି ଆସିଛନ୍ତି। ତେଣୁ ଆମେରିକାକୁ ଆହୁରି ଆଗେଇ ନେବା ଲାଗି ତାଙ୍କ ପିତାଙ୍କୁ ଆଉ ଥରେ ରାଷ୍ଟ୍ରପତି ଭାବେ ସୁଯୋଗ ଦେବା ଜରୁରୀ ବୋଲି ଇଭାଙ୍କା କହିଛନ୍ତି।