ନୂଆଦିଲ୍ଲୀ: ଆଜି ସଂସଦରେ କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା କାମଚଳା ବଜେଟକୁ ତୀବ୍ର ସମାଲୋଚନା କରିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ କଟୁ ସମାଲୋଚନା କରିଛନ୍ତି।

Advertisment

କଂଗ୍ରେସ ଅଧ୍ୟକ୍ଷ ରାହୁଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଅପରିଣାମଦର୍ଶୀ ରାଜନୀତି ଦେଶର ଚାଷୀକୂଳଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ଯେଉଁ ଚାଷୀମାନେ କ୍ଷେତରେ ଦିନ ରାତି ଏକ କରି ଆମକୁ ଖାଦ୍ୟ ଯୋଗାଉଛନ୍ତି ସେମାନଙ୍କୁ ସହାୟତା ନାମରେ ଦିନକୁ ମାତ୍ର ୧୭ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ଏକ ଲଜ୍କାଜନକ ଘଟଣା। ଏହି ସହାୟତା ମିଳିବ ପୁଣି ସେଇ ଚାଷୀମାନଙ୍କୁ, ଯେଉଁମାନେ ୨ ହେକ୍ଟର ଜମିର ମାଲିକ ହୋଇଥିବେ।


ଗତ ୫ ବର୍ଷ ଭିତରେ ଦେଶର ଚାଷୀଙ୍କୁ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥା ମଧ୍ୟକୁ ଠେଲିଦେଇ ନିର୍ବାଚନ ବର୍ଷରେ ବଜେଟରେ ଦୈନିକ ୧୭ ଟଙ୍କା ହିସାବରେ ଆଥିକ ସହାୟତା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିବା ସେମାନଙ୍କ ପ୍ରତି ଘୋର ଅପମାନ ବ୍ୟତୀତ ଅନ୍ୟ କିଛି ନୁହେଁ, ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ।