ଉତ୍ତରାଖଣ୍ଡ ହିମସ୍ଖଳନ: ହିଣ୍ଡନ ଏୟାରବେସରୁ ତପୋବନ ଓ ଡେରାଡୁନ ଅଭିମୁଖେ ଯାତ୍ରା ଆରମ୍ଭ କଲେ ୩୦୦ଏନଡିଆରଏଫ ଯବାନ

ଗାଜିଆବାଦ: ଏନଡିଆରଏଫର ତିନିଟି ଦଳ ଗାଜିଆବାଦର ହିଣ୍ଡନ ଏୟାରବେସରୁ ତପୋବନ ଏବଂ ଡେରାଡୁନ ଅଭିମୁଖେ ଯାତ୍ରା କରିଛନ୍ତି। ସେମାନଙ୍କୁ ଭାରତୀୟ ବାୟୁସେନା ବିମାନ ସି-ଗ୍ଲୋବମାଷ୍ଟର ଯୋଗେ ହିଣ୍ଡନ ଏୟାରବେସରୁ ଅଣାଯାଉଛି। ଯେତେଶୀଘ୍ର ସମ୍ଭବ ଏନଡିଆରଏଫର ଦଳକୁ ଘଟଣାସ୍ଥଳରେ ପହଞ୍ଚାଇବାକୁ ପ୍ରଶାସନ ଚେଷ୍ଟା କରୁଛି। ୩ଟି ଦଳରେ ପ୍ରାୟ ୩୦୦ ଏନଡିଆରଏଫ ଯବାନ ରହିଛନ୍ତି। ଉଦ୍ଧାରକାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଏନଡିଆରଏଫର ତିନିଟି ଦଳକୁ ସାମିଲ କରାଯାଉଥିବା ଜଣାପଡ଼ିଛି।

Image
twitter

ତେବେ ଉତ୍ତରାଖଣ୍ଡ ବନ୍ୟାର ଦ୍ରୁତ ଜଳ ପ୍ରବାହର ପ୍ରଭାବ ବର୍ତ୍ତମାନ କେବଳ ଶ୍ରୀନଗର ପର୍ଯ୍ୟନ୍ତ ଦେଖାଯାଉଛି। ଋଷିକେଶ ଏବଂ ହରିଦ୍ୱାର ଭଳି ସମତଳ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ। ଗ୍ଲାସିୟର ଭାଙ୍ଗିବା କାରଣରୁ ଋଷି ଗଙ୍ଗା ପ୍ରକଳ୍ପ ଏବଂ ତପୋବନରେ ଏନଟିପିସି ପ୍ରକଳ୍ପ ବହୁ କ୍ଷତି ସହିଛି। ରିପୋର୍ଟ ଅନୁଯାୟୀ, ଏନ୍‌ଟିପିସି ପ୍ରକଳ୍ପଠାରୁ ଏପର୍ଯ୍ୟନ୍ତ ୧୦ଟି ମୃତଦେହ ଉଦ୍ଧାର କରାଯାଇଛି। ଆଇଟିବିପି ଡିଜି ଏହି ସୂଚନା ଦେଇଛନ୍ତି। କିଛି ଶ୍ରମିକ ଏବେ ବି ନିଖୋଜ ଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏପର୍ଯ୍ୟନ୍ତ ୧୦ଜଣଙ୍କ ମୃତ୍ୟୁ ହେବା ସହ ୧୬ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ସମ୍ବନ୍ଧିତ ଖବର