କୋଚି: କେରଳର କୋଚି ଜିଲ୍ଲାରେ ଆଜି ସକାଳେ ଏକ ଗ୍ଲାଇଡର ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ଜଣ ନୌସେନା ଅଧିକାରୀଙ୍କର ମୃତ୍ୟୁ ଘଟିଛି। ନୌସେନା ପକ୍ଷରୁ ଜାରି ବୟାନରେ କୁହାଯାଇଛି ନିୟମିତ ପ୍ରଶିକ୍ଷଣ ପାଇଁ ଆଇଏନ୍ଏସ୍ ଗରୁଡ଼ରୁ ଉଡ଼ାଣ ଆରମ୍ଭ କରିଥିବା ଗ୍ଲାଇଡର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏଥିରେ ଅଫିସର ରାଜୀବ ଝା (୩୯) ଏବଂ ସୁନୀଲ କୁମାର(୨୯)ଙ୍କ ମୃତ୍ୟୁ ହୋଇଛି। ଦକ୍ଷିଣ ନୌସେନା କମାଣ୍ଡ ପକ୍ଷରୁ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଆଜି ସକାଳ ୭ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
କୋଚିରେ ଗ୍ଲାଇଡର ଦୁର୍ଘଟଣାଗ୍ରସ୍ତ, ୨ ନୌସେନା ଅଧିକାରୀଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2020/10/gladitor.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)