ପ୍ରୟାଗରାଜ: ମହାକୁମ୍ଭ ମଧ୍ୟରେ, ହର୍ଷା ରିଚାରିଆ ନାମକ ଜଣେ ମହିଳାଙ୍କ ସାଧ୍ୱୀ ବେଶ ଚର୍ଚ୍ଚାରେ ରହିଛି। ତାଙ୍କ ସୌନ୍ଦର୍ଯ୍ୟ ଯୋଗୁଁ ତାଙ୍କର ଅନେକ ଫଟୋ ଭାଇରାଲ ହେଉଛି। ଏମଧ୍ୟରେ ତାଙ୍କୁ ସାଧ୍ବୀ ନକହିବାକୁ କହିଛନ୍ତି ହର୍ଷା । ତାଙ୍କ କହିବା ମୁତାବକ, ମୁଁ ଏପର୍ଯ୍ୟନ୍ତ ସନ୍ନ୍ୟାସ ନେବି କି ନାହିଁ ସ୍ଥିର କରିନାହିଁ। ତେଣୁ ମୋତେ ସାଧ୍ବୀ କୁହନ୍ତୁ ନାହିଁ।
ଇନଷ୍ଟାଗ୍ରାମରେ ନିଜ ରିଲ୍ସ ପାଇଁ ଚର୍ଚ୍ଚାରେ ରହୁଥିବା ହର୍ଷା ଏବେ ନିଜର ସାଧ୍ବୀ ଲୁକକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଜଟ୍ଟା ବାନ୍ଧିବା ସହ କପାଳରେ ଚନ୍ଦନ, ହାଲୁକା ମେକଅପ୍ ଏବଂ ରୁଦ୍ରାକ୍ଷ ମାଳ ପିନ୍ଧି ଚର୍ଚ୍ଚାରେ ଅଛନ୍ତି ହର୍ଷା। ମହାକୁମ୍ଭରେ ବୁଡ଼ ପକାଇବା ଏବଂ ଅମୃତ ସ୍ନାନ କରିବା ପରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ହର୍ଷା କହିଛନ୍ତି ଯେ, "ମୋତେ ସାଧ୍ବୀ କୁହନାହିଁ। ମୁଁ ପ୍ରାୟ ଅଢ଼େଇ ବର୍ଷ ପୂର୍ବରୁ ମୋ ଗୁରୁଙ୍କଠାରୁ ଦୀକ୍ଷା ନେଇଥିଲି। କିନ୍ତୁ ବର୍ତ୍ତମାନ ମୁଁ ସନ୍ନ୍ୟାସ ଗ୍ରହଣ କରିବା ବିଷୟରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଚାହୁଁନାହିଁ। ସନ୍ନ୍ୟାସ ନେବା ପରେ ବିବାହ କରିପାରିବି ନାହିଁ। ତେଣୁ ମୁଁ ଏବେ ବି ଦ୍ୱନ୍ଦ୍ୱରେ ଅଛି ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରି ନାହିଁ। ଏବେ ମୁଁ କେବଳ ଯୁବପିଢ଼ିଙ୍କୁ ସନାତନ ଧର୍ମ ବିଷୟରେ ଅଧିକ ସୂଚନା ଦେବାକୁ ଚାହୁଁଛି।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/01/15/0xehwRcGiVenS7AWJm4v.jpg)