କୋଭିଡ୍‌-୧୯ ଚିକିତ୍ସା ପାଇଁ ଡାକ୍ତରୀ ପରୀକ୍ଷଣ ଆରମ୍ଭ କଲା ପ୍ରସିଦ୍ଧ ଔଷଧ କମ୍ପାନି ଗ୍ଲେନ୍‌ମାର୍କ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ବିରୋଧରେ ଲଢ଼େଇ କରିବା ପାଇଁ ପୂର୍ବରୁ ଅନେକ ଔଷଧ କମ୍ପାନି ଅଣ୍ଟା ଭିଡ଼ିଥିବା ବେଳେ ଏବେ ଏହି ଦୌଡ଼ରେ ସାମିଲ୍‌ ହୋଇଛି ଭାରତର ସୁନାମଧନ୍ୟ ଔଷଧ କମ୍ପାନି ଗ୍ଲେନ୍‌ମାର୍କ। ମଙ୍ଗଳବାର କମ୍ପାନି କୋଭିଡ୍‌-୧୯ର ଚିକିତ୍ସା ପାଇଁ ଫାବିପିରାଭିର୍‌ ଔଷଧର ଡାକ୍ତରୀ ପରୀକ୍ଷଣ ଆରମ୍ଭ କରିଛି। ଏପ୍ରିଲ୍‌ ମାସରେ ଏହି ପରୀକ୍ଷଣ ପାଇଁ ଡ୍ରଗ୍‌ କଣ୍ଟ୍ରୋଲ୍‌ର ଜେନେରାଲ୍ ଅଫ୍‌ ଇଣ୍ଡିଆ ପକ୍ଷରୁ ମଞ୍ଜୁରୀ ମିଳିବା ପରେ କମ୍ପାନୀ ଏହାକୁ ନେଇ କାମ ଆରମ୍ଭ କରିଛି। ଏପରି ମଞ୍ଜୁରୀ ପାଇବାରେ ଗ୍ଲେନ୍‌ମାର୍କ ହେଉଛି ପ୍ରଥମ।

ଆସନ୍ତା ଜୁଲାଇରୁ ଅଗଷ୍ଟ ମଧ୍ୟରେ ଏହି ପରୀକ୍ଷଣ ଶେଷ ହେବ ବୋଲି ଅନୁମାନ କରାଯାଉଛି। ଏହି ପରୀକ୍ଷଣର ମୁଖ୍ୟ ଡକ୍ଟର ମନିକା ଟଣ୍ଡର୍ଣ୍ଣଙ୍କ କହିବାନୁସାରେ, ‘କରୋନା ପାଇଁ ଏଯାବତ୍‌ କିଛି ଔଷଧ ବାହାରି ନଥିଲେ ବି ଏହି ପରୀକ୍ଷଣରୁ ନିଶ୍ଚିତ କିଛି ଆବଶ୍ୟକୀୟ ତଥ୍ୟ ମିଳିପାରିବ ବୋଲି ଆଶା ରହିଛି।’


OpIndia

୨୦୧୪ ମସିହାରୁ ଜାପାନ ଏହି ଔଷଧ ବାହାର କରିସାରିଛି। ଫାବିପିରାଭିର୍ ଅଭିଗାନ୍‌ ନାମରେ‌ ଜାପାନ ଫୁଜିଫିଲ୍ମ ତୋୟମା କେମିକାଏଲ୍‌ ‌କୋ ଲିମିଟେଡ୍‌ ଦ୍ବାରା ଏହି ଔଷଧ ତିଆରି ହୋଇଥିଲା। ପୂର୍ବରୁ ଏହି ଔଷଧ ଫ୍ଲୁ ରୋଗ ପାଇଁ ହେଉଥିବା ଚିକିତ୍ସାରେ ବ୍ୟବହୃତ ହେଉଥିଲା। ଏବେ ତାହାକୁ କରୋନା ଭାଇରସ୍‌ ଚିକିତ୍ସା ପାଇଁ ଡାକ୍ତରୀ ପରୀକ୍ଷଣ କରାଯାଉଛି।

ସମ୍ବନ୍ଧିତ ଖବର