ବିଶ୍ବବ୍ୟାପୀ ୨୫. ୫ ନିୟୁତ ଟପିଲା କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ସେପ୍ଟେମ୍ବର ୨ ତାରିଖ ସୁଦ୍ଧା ବିଶ୍ବରେ ୨୫. ୮୩ ନିୟୁତରୁ ଅଧିକ ବ୍ୟକ୍ତି କରୋନାଭାଇରସ୍‌ ଦ୍ବାରା ସଂକ୍ରମିତ ହୋଇଛନ୍ତି। ସଂକ୍ରମଣ ଯୋଗୁଁ ୮୬୧, ୮୮୪ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ସମଗ୍ର ବିଶ୍ବରେ, ବିଶେଷକରି ବିକାଶଶୀଳ ଦେଶଗୁଡ଼ିକରେ ଦିନକୁ ଦିନ କୋଭିଡ୍-୧୯ ମାମଲା ବୃଦ୍ଧି ପାଉଥିବା ଜଣାଯାଉଛି। ବିଶ୍ବର ସର୍ବଧିକ ସଂକ୍ରମଣ ହୋଇଥିବା ୧୦ଟି ଦେଶରୁ ଭାରତ, ସ୍ପେନ୍ ଓ ଆର୍ଜେଣ୍ଟିନା ସମେତ ଅଧାରୁ କମ୍ ଦେଶ ଦୈନିକ ସଂକ୍ରମଣ ବୃଦ୍ଧି ଘଟୁଥିବା ରିପୋର୍ଟ କରୁଛନ୍ତି।

ବିଶ୍ବବ୍ୟାପୀ କରୋନାଭାଇରସ୍ ସଂକ୍ରମଣ ବିଷୟରେ ତଥ୍ୟ ରଖୁଥିବା ୱାର୍ଲଡୋମିଟର୍‌ ୱେବ୍‌ସାଇଟ୍‌ ଅନୁସାରେ, ଏବେ ବିଶ୍ବବ୍ୟାପୀ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫, ୯୩୩, ୭୩୧ରେ ପହଞ୍ଚିଛି। ସଂକ୍ରମଣ ଯୋଗୁଁ ୮୬୧, ୮୮୪ ବ୍ୟକ୍ତଙ୍କର ପ୍ରାଣହାନୀ ଘଟିଥିବା ବେଳେ ୧୮, ୨୧୫, ୭୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସଦ୍ୟତମ ତଥ୍ୟ ଅନୁସାରେ, ଏବେ ସଂକ୍ରମଣ ତାଲିକାରେ ବିଶ୍ବର ଶୀର୍ଷ ଦେଶ ଯୁକ୍ତରାଷ୍ଟ୍ର ଆମେରିକାରେ ସମୁଦାୟ ସଂକ୍ରମିତ ସଂଖ୍ୟା ୬, ୨୫୮,୦୨୮। ସେଥିରୁ ୧୮୮, ୯୦୭ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ଓ ୩, ୪୯୭, ୪୩୧ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏବେ ସେଠାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨, ୫୭୧, ୬୯୦।

ଦ୍ବିତୀୟ ସ୍ଥାନରେ ଥିବା ବ୍ରାଜିଲ୍‌ରେ ସମୁଦାୟ ସଂକ୍ରମିତ ସଂଖ୍ୟା ୩, ୯୫୨, ୭୯୦ । ସେଥିରୁ ୧୮୮, ୯୦୭ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ଓ ୩, ୧୫୯, ୦୯୬ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏବେ ସେଠାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୭୧, ୦୧୩।

Image Courtesy of Al Jazeera

ତୃତୀୟ ସ୍ଥାନରେ ଥିବା ଭାରତରେ ସମୁଦାୟ ସଂକ୍ରମିତ ସଂଖ୍ୟା ୩,୭୭୩,୪୮୩ । ସେଥିରୁ ୬୬,୪୯୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ଓ  ୨, ୯୦୨, ୦୯୬ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏବେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୦୪,୮୯୬।

ଚତୁର୍ଥ ସ୍ଥାନରେ ରହିଥିବା ରୁଷ୍‌ରେ ସମୁଦାୟ ସଂକ୍ରମିତ ସଂଖ୍ୟା ୧,୦୦୫, ୦୦୦ । ସେଥିରୁ ୧୭, ୪୧୪ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ଓ  ୮୨୧, ୧୬୯୩ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏବେ ରୁଷ୍‌ରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୬୬, ୪୧୭।

 

 

 

 

ସମ୍ବନ୍ଧିତ ଖବର