ନୂଆଦିଲ୍ଲୀ: ମହାକାଶ ଗବେଷଣାରେ ନିୟୋଜିତ ଥିବା ବ୍ୟକ୍ତିଙ୍କ ପାଇଁ ଏକ ଖୁସି ଖବର ଆସିଛି । ୩୦ଜୁଲାଇରେ ଆକାଶରେ ଏକ ଅଦ୍ଭୁତ ଘଟଣା ଘଟିବାକୁ ଯାଉଛି। ଆକାଶରୁ ଉଲ୍କା ବର୍ଷା ହେବ। ଦୁଇଟି ଉଲକା ପିଣ୍ଡ ଏକାଠି ହେବାରୁ ଏଭଳି ସ୍ଥିତି ସୃଷ୍ଟି ହେବ। ବୈଜ୍ଞାନିକମାନେ ଏହି ଦୁଇ ଉଲ୍କାକୁ ଡେଲଟା ଆକ୍ୱାରିଡ୍ ଏବଂ ଆଲଫା କୋପ୍ରିକୋର୍ନ୍ବିଡ ନାମ ଦେଇଛନ୍ତି।
ଡେଲଟା ଆକ୍ୱାରିଡ୍ ହେଉଛି ଏକ ଉଚ୍ଚ ଗତି ଏବଂ ଉଜ୍ଜ୍ୱଳ ଉଲ୍କାପିଣ୍ଡ। ଅପରପକ୍ଷରେ ଆଲଫା କୋପ୍ରିକୋର୍ନ୍ବିଡ ଏହାର ମନ୍ଥର ଗତି ଏବଂ ସୁନ୍ଦର ରଙ୍ଗ ପାଇଁ ପ୍ରସିଦ୍ଧ। ଜୁଲାଇ ୩୦ର ରାତିରେ ଆକାଶରେ ଏହି ଦୁଇଟି ଊଲ୍କାପିଣ୍ଡର ଏକ ନିଆରା ମିଳନ ଦୃଶ୍ୟମାନ ହେବ। ବିଶେଷକରି ଟେଲିସ୍କୋପ ସାହାଯ୍ୟରେ ଏହା ସହଜରେ ଦେଖାଯାଇ ପାରିବ।
ମହାକାଶରେ ଊଲକାପିଣ୍ଡ ଦେଖାଯିବା କିଛି ନୂଆ ଘଟଣା ନୁହେଁ। ଏହା ଏକ ପ୍ରକାର ଜ୍ୟୋତିର୍ବିଜ୍ଞାନ ଘଟଣା। ପୃଥିବୀ ଯେତେବେଳେ ଧୂମକେତୁ ଏବଂ ଆଷ୍ଟେରଏଡ ମଧ୍ୟରେ ଗତି କରେ ସେତେବେଳେ ଉଲ୍କା ବର୍ଷା ହୋଇଥାଏ। ସାଧାରଣତଃ ଉଲ୍କାପିଣ୍ଡ ଘଣ୍ଟା ପ୍ରତି ୧ ଲକ୍ଷ କିଲୋମିଟର ବେଗରେ ଗତି କରିଥାଏ। ଊଲ୍କାଗୁଡ଼ିକ ବିଭିନ୍ନ ଆକୃତି ଏବଂ ରଙ୍ଗର ହୋଇଥାନ୍ତି।
ଜୁଲାଇ ୩୦ ରାତିରେ ଘଟିବାକୁଥିବା ଉଲ୍କା ବର୍ଷା ଆକାଶରେ ସହଜରେ ଦେଖାଯାଇପାରିବ। ଆକାଶରେ ପ୍ରଦୂଷଣ ଧୁଆଁ ଥିଲେ ଏହା ଦେଖିବା କଷ୍ଟକର ହୋଇଥାଏ। ତେବେ ଉଲ୍କା ବର୍ଷା ଏକ ଅନ୍ଧକାର ସ୍ଥାନରେ ଦେଖିହେବ। ବିଶେଷକରି ଏକ ଗାଁ କିମ୍ବା ଅନ୍ଧାର ପାର୍କରେ, ଯେଉଁଠାରେ ଆକାଶ ଖୋଲା ଏବଂ ସ୍ୱଚ୍ଛ, ଉଭୟ ଊଲ୍କା ପିଣ୍ଡ ସହଜରେ ଦୃଶ୍ୟମାନ ହେବ। ଏହାକୁ ଦେଖିବା ପାଇଁ ଟେଲିସ୍କୋପ୍ର ସାହାଯ୍ୟ ମଧ୍ୟ ନେଇ ହେବ। ବାସ୍ତବରେ ଏହି ଉଭୟ ଊଲ୍କା ପିଣ୍ଡ ସୂର୍ଯ୍ୟ ଚାରିପଟେ ଘୂରି ବୁଲନ୍ତି । ୩୦ ଜୁଲାଇ ରାତିରେ ସେମାନେ ପୃଥିବୀର ଅତି ନିକଟତର ହେବେ। ଏହାର ପ୍ରଭାବରେ ଆକାଶରେ ଉଲ୍କା ବର୍ଷା ହେବ।