ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଗତକାଲି ବରଫପାତକୁ ନେଇ କରିଥିବା ଏକ ଟ୍ବିଟ୍ ବିଶ୍ବବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଛି। ଟ୍ରମ୍ପ୍ କହିଥିଲେ ବରଫପାତଜନିତ ସମସ୍ୟା ବିଶ୍ବ ପାଇଁ ଉଦ୍ବେଗର କାରଣ ହୋଇଛି ଏବଂ ଏଥିପାଇଁ ବିଶ୍ବ ତାପାୟନର ଅସ୍ତିତ୍ବ ନେଇ ସନ୍ଦେହ ଉପୁଜିଛି। ବିଶ୍ବ ତାପାୟନ ସହ କ’ଣ ହୋଇଛି ? ଖୁବ୍ ଶୀଘ୍ର ଏହା ଚାଲିଆସୁ, ଆମେ ଏହାକୁ ବହୁତ ମିସ୍ କରୁଛୁ’ ବୋଲି ଟ୍ରମ୍ପ୍ ପରିବେଶବିତ୍ମାନଙ୍କୁ କଟାକ୍ଷ କରି ଟ୍ବିଟ୍ କରିଥିଲେ। ଟ୍ରମ୍ପ୍ଙ୍କର ଏଭଳି ଟ୍ବିଟ୍ ଏବେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଆଜି ଜାତୀୟ ସାମୁଦ୍ରିକ ଜଳବାୟୁ ପ୍ରଶାସନ (ଏନ୍ଓଏଏ) ପକ୍ଷରୁ ଟ୍ରମ୍ପ୍ଙ୍କ ଟ୍ବିଟ୍ର ଜବାବ ଦେଇ କୁହାଯାଇଛି ଯେ ବାସ୍ତବରେ ବିଶ୍ବ ତାପାୟନ ବଢ଼ୁଥିବାରୁ ବରଫପାତ ବି ବଢ଼ୁଛି। ବୈଜ୍ଞାନିକମାନଙ୍କ ମତରେ ମେରୁଝଡ଼ ହେତୁ ପ୍ରବଳ ଥଣ୍ଡା ଏବଂ ବରଫପାତ ସ୍ଥିତି ଉପୁଜୁଛି। ବିଶ୍ବ ତାପାୟନ ହିଁ ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ତାପମାତ୍ରା ବଢ଼ୁଥିବାରୁ ବାସ୍ଫୀକରଣ ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ଏହାଦ୍ବାରା ବର୍ଷା ଏବଂ ବରଫପାତ ମଧ୍ୟ ବୃଦ୍ଧି ପାଉଛି ବୋଲି ଏନଓଏଏ ପକ୍ଷରୁ କୁହାଯାଇଛି। ବିଶ୍ବ ତାପାୟନ ଯୋଗୁଁ ଅତ୍ୟଧିକ ଗ୍ରୀଷ୍ମ ଏବଂ ଅତ୍ୟଧିକ ଥଣ୍ଡା ହେଉଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ସେମାନଙ୍କ ମତରେ ବିଶ୍ବର ଅନ୍ୟ ଅଂଶ ତୁଳନାରେ ଉତ୍ତର ମେରୁ ନିକଟସ୍ଥ ଅଞ୍ଚଳଗୁଡ଼ିକ ଦୁଇଗୁଣ ଅଧିକ ଗରମ ହୋଇଥାଏ ଏବଂ ଏହା ମେରୁ ଝଡ଼କୁ ଦୁର୍ବଳ କରିଥାଏ । ଫଳରେ ଦକ୍ଷିଣ ଅଞ୍ଚଳ ତଥା ୟୁରୋପ ଏସିଆ ଏବଂ ଆମେରିକାରେ ପ୍ରବଳ ଥଣ୍ଡା ପବନ ବୋହିଥାଏ। ବିଶ୍ବ ତାପାୟନ ହିଁ ବରଫ ଝଡ଼ ବୃଦ୍ଧି ପାଇବାର ପ୍ରମୁଖ କାରଣ ବୋଲି ବୈଜ୍ଞାନିକମାନେ କହିଛନ୍ତି।
ବିଶ୍ବ ତାପାୟନ ବଢ଼ିଲେ ବରଫପାତ ବି ବଢ଼ିବ
/sambad/media/post_attachments/wp-content/uploads/2019/01/warming.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)