ନୂଆଦିଲ୍ଲୀ : ବିଶ୍ବରେ ସଂକ୍ରମଣ ଏବଂ କରୋନା ମୃତ୍ୟୁ କମୁଛି। ଏପ୍ରିଲ ୧୮ରୁ ୨୪ ତାରିଖ ମଧ୍ୟରେ ଦେଶରେ ୪.୫ ନିୟୁତରୁ ଅଧିକ ସଂକ୍ରମଣ ମାମଲା ଏବଂ ୧୫ ହଜାରରୁ ଅଧିକ କରୋନା ମୃତ୍ୟୁ ରିପୋର୍ଟ କରାଯାଇଛି। ପୂର୍ବ ସପ୍ତାହ ତୁଳନାରେ ଏପ୍ରିଲ ୧୮-୨୪ ମଧ୍ୟରେ ସଂକ୍ରମଣ ୨୧ ପ୍ରତିଶତ କମିଛି। ତେବେ ଆମେରିକା ଏବଂ ଆଫ୍ରିଆରେ ନୂଆ ସାପ୍ତାହିକ ସଂକ୍ରମଣ ବଢ଼ୁଛି। ଆମେରିକାରେ ସଂକ୍ରମଣ ୯ ପ୍ରତିଶତ ବଢ଼ିଥିବା ବେଳେ ଆଫ୍ରିକାରେ ସଂକ୍ରମଣ ୩୨ ପ୍ରତିଶତ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ଦକ୍ଷିଣ ପୂର୍ବ ଏସିଆରେ ନୂଆ କରୋନା ମୃତ୍ୟୁ ୪୧ ପ୍ରତିଶତ ବଢ଼ିଥିବା ବେଳେ ଆଫ୍ରିକାରେ ମୃତ୍ୟୁ ୧୧୦ ପ୍ରତିଶତ ବଢ଼ିଛି। ବେଜିଂରେ ସଂକ୍ରମଣ ବଢ଼ିବାରୁ ସେଠାରେ ଜିମ୍, ମଲ୍, ସିନେମା ହଲ୍ ଏବଂ ମାର୍କେଟ୍ କଂପ୍ଲେକ୍ସ ଆଦି ବନ୍ଦ ରହିଛି। ଜର୍ମାନୀ, ଇଟାଲି ଏବଂ ଫ୍ରାନ୍ସରେ ସଂକ୍ରମଣ କମୁଛି। ଫ୍ରାନ୍ସରେ ବୁଧବାର ଦିନ ୭୦ ହଜାର ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଏହାର ପରଦିନ ଫ୍ରାନ୍ସରେ ୬୭ ହଜାର ସଂକ୍ରମଣ ମାମଲା ରହିଥିଲା।
ବୈଶ୍ବିକ ସାପ୍ତାହିକ ସଂକ୍ରମଣ ୨୧% କମିଲା
/sambad/media/post_attachments/wp-content/uploads/2022/04/crowed.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)