ବାରଣାସୀ : ସମାଜବାଦୀ ପାର୍ଟି (ସପା) ନେତା ଅଖିଳେଶ ଯାଦବ ଏବଂ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଉଦ୍ଦିନ ଅୱେସି ଜ୍ଞାନବାପି ମସଜିଦ ମାମଲାରେ ହିଂସା ସୃଷ୍ଟି କରିବାକୁ ଉସୁକାଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ବିରୋଧରେ ଏତଲା ରୁଜୁ ପାଇଁ ଅଦାଲତ ନିର୍ଦ୍ଦେଶ ଦେବାକୁ ଜିଲ୍ଲା କୋର୍ଟରେ ଆବେଦନ ହୋଇଛି । ଆଡଭୋକେଟ ହରି ଶଙ୍କର ପାଣ୍ଡେଙ୍କ ଦ୍ବାରା ହୋଇଥିବା ଆବେଦନରେ ଉଭୟ ନେତା କାଶୀ ବିଶ୍ୱନାଥ ମନ୍ଦିରକୁ ନେଇ କଟୁ ମନ୍ତବ୍ୟ ଦେଇ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ କରିଥିବା ଦର୍ଶାଯାଇଛି। ସେମାନଙ୍କ ବିରୋଧରେ ଏଫଆଇଆର ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଛି । ଅଦାଲତ ଆସନ୍ତାକାଲି ଏହି ଆବେଦନ ଉପରେ ଶୁଣାଣି କରିବେ।
ଜ୍ଞାନବାପି ମସଜିଦ ମାମଲା: ଅଖିଳେଶ, ଅୱେସିଙ୍କ ବିରୋଧରେ ମାମଲା ରୁଜୁ
/sambad/media/post_attachments/wp-content/uploads/2022/05/akhilesh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)