ଅମିତ ଶାହାଙ୍କୁ ପ୍ରଶାନ୍ତ କିଶୋରଙ୍କ ଆହ୍ଵାନ: ‘ସିଏଏ’ ପ୍ରଣୟନ କରି ଦେଖ ତ!

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଜନତା ଦଳର (ୟୁନାଟେଡ୍‌) ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ଆହ୍ଵାନ ଜଣାଇ କହିଛନ୍ତି ‘ସିଏଏ’ ଏବଂ ‘ଏନ୍‌ଆର୍‌ପି’ ପ୍ରଣୟନ କରିବାକୁ ଚେଷ୍ଟା କରି ଦେଖ ତ!

ବୁଧବାର ସକାଳେ ଟୁଇଟ୍‌ କରି ସେ ଲେଖିଛନ୍ତି: ନାଗରିକମାନଙ୍କ ମତ ଅଗ୍ରାହ୍ୟ କରିବା କୌଣସି ସରକାରଙ୍କ ଶକ୍ତିର ଲକ୍ଷଣ ନୁହେଁ। ଅମିତ ଶାହାଜି, ‘ସିଏଏ’ ଏବଂ ‘ଏନ୍‌ଆର୍‌ସି’ ବିରୋଧରେ ପ୍ରତିବାଦ କରୁଥିବା ଲୋକଙ୍କୁ ଯଦି ହେୟଜ୍ଞାନ କରୁଛନ୍ତି, ତେବେ ଏଡ଼େ ଦମ୍ଭରେ ଦେଶବାସୀଙ୍କ ଆଗରେ ଘୋଷଣା କରିଥିବା ‘ସିଏଏ’ ଏବଂ ‘ଏନ୍‌ଆର୍‌ସି’ ପଞ୍ଜିକରଣ ଲାଗି ତୁରନ୍ତ ଉଦ୍ୟମ ନ କରୁଛନ୍ତି କାହିଁକି!

‘ସିଏଏ’ ପ୍ରତ୍ୟାହାର କରାଯିବ ନାହିଁ ବୋଲି ଲକ୍ଷ୍ନୌର ଏକ ରାଲିରେ ଶାହା ଗୁରୁତ୍ୱ ଦେଇ କହିବାର ଦିନକ ପରେ ପ୍ରଶାନ୍ତ କିଶୋର ଏହା କହିଛନ୍ତି।
ଶାହା କହିଥିଲେ: ଆମେ ପ୍ରତିବାଦକୁ ଭୟ କରୁନା। ବାସ୍ତବ କଥା ହେଲା, ଆମେ ପ୍ରତିବାଦ ମଧ୍ୟରେ ଜନ୍ମ ହୋଇ ବଢ଼ିଛୁ। ବିରୋଧୀ ଦଳରେ ଥିବା ବେଳେ ଆମେ ଯେଉଁ କଥା କହିଥିଲୁ କ୍ଷମତାକୁ ଆସିବା ପରେ ବି ତାହା କହୁଛୁ।

Image Source: Hindustan Times

ଏହି ଆଇନ ଉପରେ ଗୋଟାଏ ସର୍ବସାଧାରଣ ବିତର୍କ ଲାଗି ସେ ଆହ୍ଵାନ ଦେଇଛନ୍ତି।

ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ପଞ୍ଜାବ, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ପୁଦ୍ଦୁଚେରୀ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ କେରଳ ଆଦି ୧୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ‘ଏନ୍‌ଆସି’ ଲାଗୁ କରିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି।

ସମ୍ବନ୍ଧିତ ଖବର