ତୁରନ୍ତ ଫେରିଯାଅ ….ଚୀନ୍ ଯୁଦ୍ଧ ଜାହାଜକୁ ଚେତାବନୀ ଦେଲା ତାଇୱାନ, କ୍ଷେପଣାସ୍ତ୍ର ନିକ୍ଷେପ କରିବାକୁ ଦେଲା ଧମକ

ତାଇପେଇ: ଚାଇନା ଏବଂ ତାଇୱାନ ମଧ୍ୟରେ ଅବସ୍ଥିତ ତାଇୱାନ ଷ୍ଟ୍ରାଇଟ୍ ରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଚୀନ୍ ଯୁଦ୍ଧ ଜାହାଜ ଏହି କ୍ଷେତ୍ରରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି। ଶନିବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଚାଇନା ତାଇୱାନ ଷ୍ଟ୍ରାଇଟ୍ ନିକଟରେ ଅବସ୍ଥିତ ତାଇୱାନ ଦ୍ୱୀପପୁଞ୍ଜ ନିକଟକୁ କୋଷ୍ଟଗାର୍ଡ ଜାହାଜ ପଠାଇଥିଲା। ତେବେ ତାଇୱାନର ଚେତାବନୀ ପରେ ଚୀନ୍ ଯୁଦ୍ଧ ଜାହାଜ ଫେରି ଆସିଥିଲା। ଏହା ସହିତ ତାଇୱାନ କ୍ଷେପଣାସ୍ତ୍ର ନିକ୍ଷେପ କରିବାକୁ ଦେଲା ଧମକ ଦେଇଥିଲା।
ତାଇୱାନର କୋଷ୍ଟଗାର୍ଡ କହିଛନ୍ତି ଶନିବାର ସକାଳେ ଚୀନ୍ ଉପକୂଳବର୍ତ୍ତୀ ତାଇୱାନ ନିୟନ୍ତ୍ରିତ କିମେନ ଦ୍ୱୀପପୁଞ୍ଜରୁ ଚାଇନାର ଚାରିଟି କୋଷ୍ଟଗାର୍ଡ ଡଙ୍ଗା ସୀମିତ ଜଳ ଭିତରକୁ ପ୍ରବେଶ କରିଥିଲା। ତାଇୱାନ କର୍ତ୍ତୃପକ୍ଷ ସେମାନଙ୍କୁ ତୁରନ୍ତ ଫେରିବାକୁ ଚେତାବନୀ ଦେବା ସତ୍ତ୍ବେ ଜାହାଜଗୁଡିକ ଏକ ଘଣ୍ଟା ପର୍ଯ୍ୟନ୍ତ ଏହି ଅଞ୍ଚଳରେ ରହିଥିବାର କହିଛନ୍ତି। ଯେତେବେଳେ ତାଇୱାନ ଏହାର କ୍ଷେପଣାସ୍ତ୍ର ପ୍ରଦର୍ଶନ କରିଥିଲା। ପରେ ଚାଇନାର ଜାହାଜଗୁଡ଼ିକ ପଛକୁ ଫେରିଯାଇଥିଲେ।

ତାଇୱାନର ତଟରକ୍ଷୀ ବାହିନୀ ଦ୍ୱାରା ଶନିବାର ପ୍ରକାଶିତ ଫୁଟେଜ୍ ଅନୁଯାୟୀ, ତୁମେ ଆମ ଦେଶର ପ୍ରତିବନ୍ଧିତ ଜଳକୁ ପ୍ରବେଶ କରିଛ। ଦୟାକରି ତୁରନ୍ତ ଫେରିଯାଅ। ଏହି ଫୁଟେଜରେ ଦର୍ଶାଯାଇଛି ଯେ ତାଇୱାନର ଏକ ତଟରକ୍ଷୀ ବାହିନୀ ଦୁଇଟି ଦୂର ଚୀନ୍ ଜାହାଜର ଗତିବିଧି ଉପରେ ନଜର ରଖିଛନ୍ତି। ତାଇୱାନର ତଟରକ୍ଷୀ ବାହିନୀ ଏକ ବିବୃତ୍ତିରେ କହିଛନ୍ତି, “ଏହି ପଦକ୍ଷେପ ଟ୍ରାଫିକ୍ ଏବଂ ସୁରକ୍ଷା ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ। ନୌସେନା ଘଟଣାକୁ ଏଡ଼ାଇବା ପାଇଁ ଆମେ ସେମାନଙ୍କୁ ଏପରି ଆଚରଣ ବନ୍ଦ କରିବାକୁ ଅନୁରୋଧ କରୁଛୁ। ତେବେ ଚୀନ୍‌ର ତଟରକ୍ଷୀ ବାହିନୀଙ୍କ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇ ନ ଥିଲା।
ତାଇୱାନର ଅଫିସିଆଲ୍ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ଚୀନ୍‌ର ତଟରକ୍ଷୀ ବାହିନୀ ମଧ୍ୟ କିନମେନ ଦ୍ୱୀପପୁଞ୍ଜ ନିକଟରେ ଚୀନ୍ ର ୪ କୋଷ୍ଟଗାର୍ଡ ଡଙ୍ଗା ପାଟ୍ରୋଲିଂକରୁଥିଲେ। ତାଇୱାନ ପ୍ରତିପକ୍ଷଙ୍କ ଦ୍ୱାରା ଏନେଇ ଚେତାବନୀ ଦିଆଯାଇଥିଲା।

ସମ୍ବନ୍ଧିତ ଖବର