ନୂଆଦିଲ୍ଳୀ: ମଙ୍ଗଳବାର ଦିନ କଲିକତା ହାଇକୋର୍ଟ ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲର କ୍ୟାମ୍ପସରେ ଜଣେ ଟ୍ରେନି ଡାକ୍ତରଙ୍କୁ ନିର୍ମମ ବଳାତ୍କାର ଓ ହତ୍ୟା ମାମଲାରେ ପୂର୍ବତନ ପ୍ରିନ୍ସପାଲ ଡକ୍ଟର ସନ୍ଦୀପ ଘୋଷଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କଲିକତା ହାଇକୋର୍ଟର ପ୍ରଧାନ ବିଚାରପତି କହିଛନ୍ତି, "ଆରଜି କର କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଆଜି ଛୁଟିରେ ଯିବା ଉଚିତ୍। ଅନ୍ୟଥା, ମୁଁ ତାଙ୍କୁ ଏକ ଆଦେଶ ଦେବୁ ଏବଂ ପ୍ରଶ୍ନ କରିବୁ। ତାଙ୍କ ବିବୃତି ନିଆଯାଇଛି କି?"
ନିକଟରେ ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲର କ୍ୟାମ୍ପସରେ ଜଣେ ଟ୍ରେନି ଡାକ୍ତରଙ୍କୁ ନିର୍ମମ ଭାବେ ଦୁଷ୍କର୍ମ ପରେ ହତ୍ୟା କରାଯିବା ନେଇ ଏହାକୁ ନେଇ ଦିଲ୍ଲୀ ଏମ୍ସର ଡାକ୍ତରମାନେ ଧର୍ମଘଟ ଆରମ୍ଭ କରି ଦେଇଛନ୍ତି। ଡାକ୍ତରମାନଙ୍କ ବିକ୍ଷୋଭ ପରେ ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲର ପ୍ରିନ୍ସିପାଲ୍ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବାର କିଛି ଘଣ୍ଟା ପରେ ଡକ୍ଟର ସନ୍ଦୀପ ଘୋଷ କଲିକତା ନ୍ୟାସନାଲ ମେଡିକାଲ କଲେଜ (ସିଏନଏମସି) ର ପ୍ରିନ୍ସିପାଲ୍ ଭାବେ ଭାବରେ ନିଯୁକ୍ତ ହୋଇଛନ୍ତି।
କୋର୍ଟ କହିଛନ୍ତି ଯେ ଆରଜି କର ମେଡିକାଲ କଲେଜରୁ ସନ୍ଦୀପ ଘୋଷଙ୍କ ଇସ୍ତଫା ପତ୍ର ଏବଂ ନୂତନ ଭାବେ ଯୋଗ ଦେଇଥିବା ନ୍ୟାସନାଲ ମେଡିକାଲ କଲେଜରୁ ନିଯୁକ୍ତି ପତ୍ର ଏକା ସମୟରେ (ଦିନ ୧ଟା)ଟାରେ ମିଳିଛି।
କୋର୍ଟ କହିଛନ୍ତି ଯେ ‘‘ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ସମସ୍ତଙ୍କ ଦାୟିତ୍ବ ପ୍ରିନ୍ସିପାଲ୍ଙ୍କର। ଯଦି ସେ ସହାନୁଭୂତି ଦେଖାଇବାରେ ବିଫଳ ହୁଅନ୍ତି, ତେବେ କିଏ କରିବେ?’’ କୋର୍ଟ କହିଛନ୍ତି ଯେ ପୂର୍ବତନ ପ୍ରିନ୍ସିପାଲ ଘରେ ରହିବା ଉଚିତ ଏବଂ କୌଣସି ସ୍ଥାନରେ କାମ ନକରିବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/Untitled-71.jpg)