ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କୁ କୋର୍ଟ କହିଲେ, ‘ଆବଶ୍ୟକ ପଡ଼ିଲେ ବାହାରକୁ ଯାଇ ପାରିବ’

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କୁ ଦିଲ୍ଲୀର ତିସହଜାରୀ କୋର୍ଟ ସୋମବାର ନିର୍ଦେଶ ଦେଇଛନ୍ତି କି ମାମଲାର ଶୁଣାଣି ଶେଷ ହେବା ପର୍ଯ୍ୟନ୍ତ ଆବଶ୍ୟକ ପଡ଼ିଲେ ବାହାରକୁ ଯାଇପାରିବେ। କିନ୍ତୁ ଏହା ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ଏନେଇ ସୂଚନା ଦେବାକୁ ପଡ଼ିବ।

ପ୍ରକାଶିତ ରିପୋର୍ଟ ମୁତାବକ, ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ସୁରକ୍ଷାକର୍ମୀ ନିର୍ଯାତନା ଦେଉଥିବା ନେଇ ଏକ ଆବେଦନ କରିଥିଲେ ପୀଡ଼ିତା। ଏହି ଆବେଦନର ଶୁଣାଣି କରି ଜିଲ୍ଲା ଏବଂ ଅଧିବେଶନ ବିଚାରପତି ଧର୍ମେଶ ଶର୍ମା ଏହି ଆଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଦୁଷ୍କର୍ମ ପୀଡ଼ିତାଙ୍କୁ ସୁରକ୍ଷା ଦିଆଯାଇଥିଲା। ତାଙ୍କ ସୁରକ୍ଷାରେ କେନ୍ଦ୍ରୀୟ ରିଜର୍ବ ପୁଲିସ ବଳ (ସିଆରପିଏଫ) ଯବାନଙ୍କୁ ନିୟୋଜିତ କରାଯାଇଥିଲା। କୋର୍ଟ କହିଛନ୍ତି କି, ପୀଡିତା ବାହାରକୁ ଯିବା ପୂର୍ବରୁ ତାଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ସୁରକ୍ଷାକର୍ମୀଙ୍କୁ ଏହାର ସୂଚନା ଦେବେ। ଏଥିସହିତ ପୀଡିତା ଏଭଳି ଭାବେ ନିଜର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ ଯେପରି ତାଙ୍କୁ ପ୍ରତିଦିନ ବାହାରକୁ ଯିବାକୁ ନପଡେ।

ତେବେ ପୀଡିତା ଓ ତାଙ୍କ ସୁରକ୍ଷାରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ନିଜନିଜ ମଧ୍ୟରେ ଘଟଣାର ସମାଧାନ କରିବାକୁ ରାଜି ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର