ଗୋଆ ସରକାରଙ୍କ ଅଜବ ଘୋଷଣା: ଭଲ ଫସଲ ପାଇଁ କରନ୍ତୁ ବୈଦିକ ମନ୍ତ୍ର-ଜପ

ପାଣାଜୀ: ଗୋଆ ସରକାର ଫସଲ ଉପୁଜାଇବା ପାଇଁ ନୂଆ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବାକୁ ଯାଉଛନ୍ତି। ରାଜ୍ୟ ସରକାର ଚାଷୀଙ୍କୁ ପ୍ରାଚୀନ ବୈଦିକ ମନ୍ତ୍ର-ଜପ କରିବାକୁ ପରାମର୍ଶ ଦେଇଛନ୍ତି। କୃଷି ବିଭାଗର ଜଣେ ଅଧିକାରୀ ଶୁକ୍ରବାର କହିଛନ୍ତି, ରାଜ୍ୟ ସରକାର ଚାଷୀଙ୍କୁ ଦୈବୀୟ କୃଷି ପଦ୍ଧତି ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଏହା ଦ୍ୱାରା ଚାଷୀ ଭଲ ଫସଲ ଉପୁଜାଇ ପାରିବେ ବୋଲି ଅଧିକାରୀ କହିଛନ୍ତି। ସେ କହିଛନ୍ତି, ସରକାର ଏହି କ୍ଷେତ୍ରରେ ବିଶେଷଜ୍ଞ ଶିବ ଯୋଗ ଫାଉଣ୍ଡେସନ ଏବଂ ବ୍ରହ୍ମକୁମାରୀ ଭଳି ପ୍ରତିଷ୍ଠାନ ସହିତ ଆଲୋଚନା କରୁଛନ୍ତି।

ଅଧିକାରୀ କହିଛନ୍ତି, କୃଷି ମନ୍ତ୍ରୀ ବିଜୟ ସରଦେସାଇ ଏବଂ କୃଷି ନିର୍ଦ୍ଦେଶକ ନେଲସନ୍‌ ଫିଗୁଏରୋଡୋ ନିକଟରେ ହରିୟାଣାର ଗୁରୁଗ୍ରାମରେ ଯୋଗ କୃଷି ପ୍ରଚାରକ ଗୁରୁ ଶିବାନନ୍ଦଙ୍କୁ ଭେଟିଥିଲେ। ଅଧିକାରୀ କହିଛନ୍ତି, ଗୁରୁ ଏ ସଂପର୍କରେ ଚାଷ କାମ କରିବାକୁ ପରାମର୍ଶ ଦେଇଥିଲେ। କୃଷି ବିଭାଗ ଜୈବିକ ଏବଂ ପରିବେଶ ଅନୁକୂଳ ଚାଷ କରିବାକୁ ଚାହୁଁଛି।

ସମ୍ବନ୍ଧିତ ଖବର