ଛଅ ମାସ ଯାଏଁ ମାଛ ଆମଦାନି ଉପରେ ନିଷେଧାଦେଶ ଜାରି କଲେ ଗୋଆ ସରକାର

ପଣଜି :ଗତକାଲି ରାଜ୍ୟରେ ମାଛ ଆମଦାନି ଉପରେ ନିଷେଧାଦେଶ ଜାରି କରିଛନ୍ତି ଗୋଆ ସରକାର। ଏହା ଛଅ ମାସ ଯାଏଁ ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଛି। ଗୋଆ ସରକାର ରାଜ୍ୟରେ ମାଛମାନଙ୍କୁ ସୁରକ୍ଷିତ ରଖିବା ଲାଗି ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ଆଗରୁ ଆଉ କେତେକ ରାଜ୍ୟରେ ବି ସମାନ ଘଟଣା ଘଟିଥିଲା।

କିଛି ଦିନ ହେବ ଗୋଆରେ ମାଛକୁ ସୁରକ୍ଷିତ ରଖିବା ଲାଗି ସେଥିରେ ଫରମାଲିନ୍‌ ନାମକ ରାସାୟନିକ ପଦାର୍ଥ ମିଶାଯାଉଥିବାର ଗୁଜବ ଲାଗି ରହିଛି। ଫରମାଲିନ୍‌ ପ୍ରୟୋଗ ଫଳରେ କର୍କଟ ରୋଗ ହେବାର ଆଶଙ୍କା ବଢିଥାଏ। ଗୋଆର ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ୍‌ ରାଣେ କହିଛନ୍ତି ରାଜ୍ୟରେ ମାଛର ଗୁଣବତ୍ତା ଯାଞ୍ଚ କରିବା ଲାଗି ଏହି ନିଷେଧାଦେଶ ଜାରି କରାଯାଇଛି। ଆବଶ୍ୟକ ପଡ଼ିଲେ ଏହାକୁ ଛଅ ମାସରୁ ଆଗକୁ ମଧ୍ୟ ବଢାଯାଇପାରିବ।

କିନ୍ତୁ ଶିବସେନା ଗୋଆ ସରକାରଙ୍କର ଏଭଳି ନିଷ୍ପତ୍ତିକୁ ବିରୋଧ କରିଛି। ଏବେ ଦେଖିବା କଥା ଗୋଆ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ମାଛ ବ୍ୟବସାୟୀଙ୍କ ସ୍ଥିତି କିଭଳି ହେଉଛି।

 

ସମ୍ବନ୍ଧିତ ଖବର