ଏଣିକି ମହିଳାମାନେ କରିପାରିବେ ରାତି ଡ୍ୟୁଟି, ସନ୍ଧ୍ୟା ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କମ୍ପାନୀରେ କାମ କରିପାରିବେ ମହିଳା

ଗୋଆ : ଏଣିକି ପୁରୁଷଙ୍କ ଭଳି ମହିଳା ବି କରିପାରିବେ ରାତି ଡ୍ୟୁଟି। ବିଭିନ୍ନ କର୍ମ ସଂସ୍ଥାନରେ ରାତିରେ କାମ କରିପାରିବେ ମହିଳା । ଖାଲି ପୁରୁଷ ନୁହେଁ ମହିଳାଙ୍କୁ ବି ରାତିରେ କାମ କରିବାର ସୁଯୋଗ ଦିଆଯିବ। ସନ୍ଧ୍ୟା ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କମ୍ପାନୀରେ କାମ କରିପାରିବେ ମହିଳା। ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଗୋଆ ସରକାର।

The Hindu

ମହିଳାମାନେ ରାତିରେ ଡ୍ୟୁଟି କରିପାରିବା ନେଇ ଗୋଆ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ତେବେ ଫ୍ୟାକ୍ଟ୍ରି ଆକ୍ଟର ସଂଶୋଧନକୁ ଆଜି କ୍ୟାବିନେଟରେ ମଞ୍ଜୁରୀ କରାଯାଇଛି। ଏହି ସଂଶୋଧିତ ବିଲ୍ ଆଗାମୀ ମୌସୁମୀ ଅଧିବେଶନରେ ବିଧାନସଭାରେ ଆଗତ କରାଯିବ। ଆଉ ବିଧାନସଭାରେ ଏହି ବିଲ୍ ପାରିତ ହେଲା ପରେ ମହିଳାମାନେ ରାତିରେ ଡ୍ୟୁଟି କରିପାରିବେ। ସନ୍ଧ୍ୟା ୬ରୁ ସକାଳ ୭ ଯାଏଁ ମହିଳାମାନେ ନିଜ କର୍ମକ୍ଷେତ୍ରରେ କାମ କରିପାରିବେ। ତେବେ ମହିଳାମାନେ ରାତିରେ କାମ କରିପାରିବେ କି ନାହିଁ ତାହା ତାଙ୍କ କମ୍ପାନୀର ମୁଖ୍ୟ ନିଷ୍ପତ୍ତି ନେବେ। ଯଦି ସଂସ୍ଥା ମୁଖ୍ୟ ରାଜି ହେବେ, ମିର୍ଦ୍ଦେଶ ଦେବେ ତେବେ ମହିଳାମାନେ ଆରାମରେ ଚାକିରି କରିପାରିବେ ବୋଲି କହିଛନ୍ତି ଗୋଆ ଉପମୁଖ୍ୟମନ୍ତ୍ରୀ ବିଜୟୀ ସରଦେଶାଇ।

ତେବେ ନୂଆ ଭାରତ ଗଠନରେ କମ୍ପାନୀମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଆଉ କମ୍ପାନୀମାନେ ନିଜ ନିଜ ଭିତରେ ପ୍ରତିଯୋଗୀତା କଲେ ଯାଇ ଭାରତକୁ ଗଢିହେବ। କମ୍ପାନୀମାନଙ୍କରେ ରାତିଦିନ ପୁରୁଷ ମହିଳାଙ୍କ ଆବଶ୍ୟକତା ରହିଛି ତେଣୁ ରାତିରେ କେବଳ ପୁରୁଷ କାହିଁକି ମହିଳା ବି ଡ୍ୟୁଟି କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର