ଗୋଆରେ ଟିଏମ୍‌ସିର ସଦସ୍ୟ ନାହାନ୍ତି, କେବଳ ହୋର୍ଡିଂ ଅଛି: କଂଗ୍ରେସ

ନୂଆଦିଲ୍ଲୀ : ଏବେ  ତ୍ରୁଣମୂଳ କଂଗ୍ରେସ (ଟିଏମ୍‌ସି) ଗୋଆରେ ଅଧିକ ସକ୍ରିୟ ହେଉଥିବାରୁ ଏହାକୁ ନେଇ କଂଗ୍ରେସ କଟାକ୍ଷ କରିଛି। ଗୋଆରେ ଏବେ ଟିଏମ୍‌ସି ନେତାମାନେ ଡେରା ପକାଇଥିଲେ ମଧ୍ୟ ସେମାନଙ୍କ ସମର୍ଥନ କରିବା ପାଇଁ କେହି ନାହାନ୍ତି ଏବଂ ସେଠାରେ ଟିଏମ୍‌ସିରେ ସଦସ୍ୟ ସଂଖ୍ୟା ଅପେକ୍ଷା ହୋର୍ଡିଂ ଅଧିକ ବୋଲି  ଗୋଆ କଂଗ୍ରେସ ପକ୍ଷରୁ କୁହାଯାଇଛି। ସେହିଭଳି ଆପ୍‌ କେବଳ ଅରବିନ୍ଦ କେଜ୍ରିୱାଲଙ୍କ ଫଟୋ ଗୋଆ ବାସିନ୍ଦାଙ୍କୁ ଦେଖାଉଛି ଏବଂ ଦିଲ୍ଲୀର ଏହି ନେତା ଗୋଆର କିଛି ଭଲ କରିପାରିବେ ନାହିଁ ବୋଲି ଲୋକେ ଜାଣିସାରିଛନ୍ତି ବୋଲି ଗୋଆ କଂଗ୍ରେସ ମୁଖ୍ୟ ଚୋଦାନ୍‌କର କହିଛନ୍ତି। ଟିଏମ୍‌ସି ଗୋଆ ଆସିବା ପଛରେ ଉଦ୍ଦେଶ୍ୟ କ’ଣ ଆମେ ଜାଣିନାହୁଁ, କିନ୍ତୁ ସେମାନେ ବିଜେପିକୁ ଫାଇଦା ଦେବାକୁ ଆସିଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର