ଗୋଆରେ ଛୁଟି କାଟୁଛନ୍ତି ସୋନିଆ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବେ ଗୋଆରେ ଛୁଟି କାଟୁଛନ୍ତି। ପୁଅ ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ଭାର ଗ୍ରହଣ କରିବା ପରେ ସୋନିଆ ଏବେ ଚିନ୍ତାମୁକ୍ତ ହୋଇ ଗୋଆରେ ଅବସର ସମୟ ଅତିବାହିତ କରୁଥିବା ଜଣାଯାଇଛି। ଦକ୍ଷିଣ ଗୋଆର ଏକ ରିସର୍ଟରେ ରହୁଥିବା ସୋନିଆଙ୍କର ଏକ ସାଇକେଲ ଚଲାଉଥିବା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅଭିନେତା ରିତେଶ ଦେଶମୁଖ୍‌ ଟ୍ଵିଟର୍‌ରେ ସେହି ଫଟୋଟିକୁ ପୋଷ୍ଟ୍‍ କରି ସୋନିଆଙ୍କର ଖୁସି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ଉଲ୍ଲେଖ ଥାଉ କି, ଦୀର୍ଘ ୧୯ ବର୍ଷ ଧରି ଦଳର ପ୍ରମୁଖ ଦାୟିତ୍ୱ ନିଭାଇବା ପରେ ସୋନିଆ ଗତ ୧୬ ତାରିଖରେ ଅଧ୍ୟକ୍ଷା ପଦରୁ ଅବସର ନେବା ସହ ପୁଅ ରାହୁଲ୍‌ଙ୍କୁୁ ଏହି ଦାୟିତ୍ୱ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧିତ ଖବର