ପାନାଜୀ: ଗୋଆ ସରକାରୀ ମେଡିକାଲ କଲେଜ୍ ଆଣ୍ଡ୍ ହସ୍ପିଟାଲରେ ଆଜି ସକାଳେ ୨୬ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗୋଆ ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ ରାଣେ ଏ ବାବଦରେ ସୂଚନା ଦେବା ସହ ମୃତ୍ୟୁର ସଠିକ୍ କାରଣ ସାମ୍ନାକୁ ଆଣିବା ପାଇଁ ମାମଲାର ହାଇକୋର୍ଟ ତଦନ୍ତ ପାଇଁ ଦାବି କରିଛନ୍ତି। ସମସ୍ତ ରୋଗୀଙ୍କ ମୃତ୍ୟୁ ରାତି ୨ଟାରୁ ସକାଳ ୬ଟା ମଧ୍ୟରେ ହୋଇଛି ଏବଂ ଏହାର କୌଣସି ସ୍ପଷ୍ଟ କାରଣ ଦର୍ଶାଯାଇ ନାହିଁ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ ହସ୍ପିଟାଲରେ ପର୍ଯ୍ୟାପ୍ତ ଅକ୍ସିଜେନ୍ ଉପଲବ୍ଧ ଥିଲା ଏବଂ ଯୋଗାଣରେ କୌଣସି ସମସ୍ୟା ଥିଲା କି ନାହିଁ ତାହାର ଯାଞ୍ଚ ଚାଲିଛି। ରାଜ୍ୟରେ ଅକ୍ସିଜେନ୍ ଅଭାବ ନାହିଁ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ହସ୍ପିଟାଲ୍ର କୋଭିଡ୍-୧୯ ୱାର୍ଡ ଗସ୍ତ କରିବା ସହ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କୁ ଭେଟିଥିଲେ। ୱାର୍ଡରେ କୌଣସି ସମସ୍ୟା ଦେଖାଦେବା ମାତ୍ରେ ତତ୍କାଳ ତାହାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି ସେ କହିଛନ୍ତି। ଗୋଆରେ ଆଜି ସୁଦ୍ଧା ମୋଟ ୧,୨୧,୬୫୦ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ୧୭୨୯ ଲୋକଙ୍କ ମୃତ୍ୟୁ ହୋଇଛି।
ଗୋଆ ହସ୍ପିଟାଲରେ ୨୬ କରୋନା ରୋଗୀଙ୍କ ମୃତ୍ୟୁ, ମାତ୍ର ୪ ଘଣ୍ଟାରେ ଆଖି ବୁଜିଲେ ୨୬ ରୋଗୀ
ହାଇକୋର୍ଟ ଦ୍ବାରା ତଦନ୍ତ ଦାବି କଲେ ସ୍ବାସ୍ଥ୍ୟମନ୍ତ୍ରୀ
/sambad/media/post_attachments/wp-content/uploads/2020/08/corona-dead.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)