କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ୧୫ଦିନିଆ କର୍ଫ୍ୟୁ ଘୋଷଣା କଲେ ଗୋଆ ସରକାର

ପାଣାଜୀ: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଗୋଆରେ ୧୫ଦିନ କର୍ଫ୍ୟୁ ଜାରି କରିବେ ଗୋଆ ସରକାର | ଏହି କର୍ଫ୍ୟୁ ରବିବାରଠାରୁ ଆରମ୍ଭ ହୋଇ ୧୫ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ | କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଦୋକାନଗୁଡ଼ିକ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ | ସକାଳ ୭ ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଖାଦ୍ୟ ବିତରଣକୁ ଅନୁମତି ଦିଆଯିବ |

ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଲକଡାଉନ ବିଷୟରେ ଚିନ୍ତା କରୁଥିବା ନେଇ ଖବର ଆସିବାର ଗୋଟେ ଦିନ ପରେ ଆଜି ଗୋଆରେ ୧୫ଦିନ କର୍ଫ୍ୟୁ ଜାରି ହେବ ବୋଲି ସରକାର ଘୋଷଣା କରିଛନ୍ତି |

ଗୁରୁବାର ଦିନ, ଗୋଆରେ ସର୍ବାଧିକ ୩,୮୬୯ କୋଭିଡ-୧୯ ସଂକ୍ରମିତ ଚିହ୍ନଟ ହୋଇଥିଲେ | ନୂତନ ସଂକ୍ରମିତଙ୍କୁ ମିଶାଇ ଗୋଆରେ ଏବେ ମୋଟ ୧,୦୮,୨୬୭ ସଂକ୍ରମିତ ରହିଛନ୍ତି | ୩,୮୬୯ କୋଭିଡ-୧୯ ସଂକ୍ରମିତ ଚିହ୍ନଟ ସହ ୫୮ ଜଣ ରୋଗୀଙ୍କ ମୃତ୍ୟୁ ପରେ ମୋଟ ମୃତ୍ୟୁ ସଂଖ୍ୟା ୧,୫୦୧ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର