ପାଣାଜୀ: ଗୋଆର ପାଣାଜୀକୁ ହିଜାବ ପିନ୍ଧି ପରୀକ୍ଷା ଦେବା ପାଇଁ ପହଞ୍ଚିଥିବା ଜଣେ ଛାତ୍ରୀଙ୍କୁ ପରୀକ୍ଷା ଦେବା ଲାଗି ଅନୁମତି ମିଳି ନ ଥିବା ଜଣାପଡ଼ିଛି । ସୁରକ୍ଷା ଦୃଷ୍ଟିରୁ ହିଜାବ ଏବଂ ଅନ୍ୟ ଉପକରଣ ପିନ୍ଧି ପରୀକ୍ଷାରେ ବସିବାରେ ଅନୁମତି ଦିଆଯିବ ନାହିଁ ବୋଲି କହିବାରୁ ନେଟ୍ ପରୀକ୍ଷା ଦେଇ ପାରିଲେ ନାହିଁ ଛାତ୍ରୀ ।
/sambad/media/post_attachments/wp-content/uploads/2018/12/muslim-woman-burqa-triple-talaq-islam-2-300x138.jpg)
ସଫିନା ଖାନ୍ ସୌଦାଗରଙ୍କ ଅଭିଯୋଗ ଅନୁଯାୟୀ,ଡିିସେମ୍ବର ୧୮ରେ ଯେତେବେଳେ ପାଣାଜୀର ଏକ ପରୀକ୍ଷା କେନ୍ଦ୍ରରେ ସେ ପହଞ୍ଚି ଥିଲେ,ସେତେବେଳେ ତାଙ୍କୁ ହିଜାବ ହଟାଇବା ପାଇଁ କୁହାଯାଇଥିଲା । କିନ୍ତୁ ସଫିନା ଏପରି କରିବା ପାଇଁ ମନା କରିବାରୁ ତାଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ପଶିବାକୁ ଦିଆ ଯାଇ ନ ଥିଲା। ଦିନ ୧ଟା ସମୟରେ ଆଡ଼୍ମିଟ୍ କାର୍ଡ଼ ଆଣିବା ପାଇଁ ପହଞ୍ଚିବା ପରେ ଦାୟିତ୍ୱରେ ଥିବା ଅଧିକାରୀ ଆଡ୍ମିଟ୍ କାର୍ଡ଼ରେ ଥିବା ମୋ ଫଟୋ ଏବଂ ମୋତେ ଦେଖିଥିଲେ । ପରେ ସେ ସନ୍ଦେହ କରି ମୋତେ ମୁହଁରୁ ହିଜାବ ହଟାଇବା ପାଇଁ କହିଥିଲେ । କିନ୍ତୁ ଏହା ଧାର୍ମିକ ବିଶ୍ୱାସର ବିରୋଧ ହେବ ବୋଲି ମୁଁ ଏପରି କରି ନ ଥିଲି,ଯେଉଁଥି ପାଇଁ ମୁଁ ପରୀକ୍ଷା ଦେବାରୁ ବଞ୍ଚିତ ହେଲି ବୋଲି ସଫିନା କହିଛନ୍ତି ।