ଉଷୁମ ହେଉଥିଲେ ବାବୁ, ଛେଳି ଖାଇଦେଲା ଫାଇଲ: ଦେଖନ୍ତୁ ଭିଡିଓ

କାନପୁର: ଟେବୁଲରେ ଫାଇଲ ରଖି ସକାଳ ଖରା ଉପଭୋଗ କରୁଥିଲେ ବାବୁ | ଆଉ ଛେଳି ଖାଇଦେଲା ଫାଇଲ | କାନପୁରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଭିଡିଓ କାନପୁରର ବ୍ଲକ ଅଫିସରୁ ଆସିଛି | ଛେଳି ଯେତେବେଳେ ଏହି କାମ କରିଥିଲା, କର୍ମଚାରୀମାନେ ଶୀତରୁ ରକ୍ଷା ପାଇବା ପାଇଁ ବ୍ଲକ ଅଫିସ ବାହାରେ ଟହଲ ମାରୁଥିଲେ | ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଅଫିସ ବାହାରେ ରଖି କର୍ମଚାରୀମାନେ ବିନ୍ଦାସ ଭାବେ ସକାଳ କିରଣକୁ ଉପଭୋଗ କରୁଥିଲେ | ତେବେ କେହି ନଥିବାର ଦେଖି ଛେଳିଟିଏ ଆସି ଫାଇଲ ନେଇ ପଳେଇଥିଲା |

ଏହା ଦେଖିବା ପରେ କର୍ମଚାରୀମାନଙ୍କର ଅକଲ ଗୁଡ଼ୁମ ହୋଇଯାଇଥିଲା | ଏହା ପରେ ଫାଇଲଟିକୁ ଛେଳି ମୁହଁରୁ ବଞ୍ଚାଇବା ପାଇଁ ଜଣେ କର୍ମଚାରୀ ଛେଳିକୁ ଗୋଡ଼ାଇଥିଲେ | ତେବେ ପ୍ରାୟ ୧ ଘଣ୍ଟାର ପରିଶ୍ରମ ପରେ ଫାଇଲଟି ମିଳିପାରିଥିଲା | କିନ୍ତୁ ଛେଳି ଫାଇଲର ଅଧା ଅଂଶ ଖାଇଦେଇଥିଲା |


ଏହି ସମୟର ମଜାଦାର ଦୃଶ୍ୟକୁ କେହି ଜଣେ ଭିଡିଓ ରେକର୍ଡିଙ୍ଗ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ | ଏହା ପରେ ଭିଡିଓ ଭାଇରାଲ ହୋଇଯାଇଥିଲା | ତେବେ ଏହି ଘଟଣାକୁ ନେଇ କୌଣସି ସରକାରୀ ଅଧିକାରୀଙ୍କର ପ୍ରତିକ୍ରିୟା ମିଳିପାରିନାହିଁ |

ସମ୍ବନ୍ଧିତ ଖବର