ମୋଦୀଙ୍କ ବି‌ରୋଧରେ ଅପପ୍ରଚାର ପାଇଁ ପାକ୍‌ ଷଡ଼ଯନ୍ତ୍ର ଧରାପଡ଼ିଲା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ହେବାର କିଛି ଘଣ୍ଟା ପୂର୍ବରୁ ପାକିସ୍ତାନ ମୋଦୀଙ୍କ ବିରୋଧରେ ସୋସିଆଲ ମିଡିଆରେ ଅପପ୍ରଚାର କରିବାପାଇଁ ଜୋରଦାର ପ୍ରୟାସ କରିଥିଲା। କିନ୍ତୁ ପାକିସ୍ତାନର ଏହି ଷଡ଼ଯନ୍ତ୍ର ଧରା ପଡ଼ିଯାଇଛି। ଆଜି ସକାଳେ ‘ମୋଦୀଗୋବ୍ୟାକ୍‌’ ହାସଟ୍ୟାଗ୍‌ ସୋସିଆଲ ମିଡିଆ‌ ମଞ୍ଚ ଟ୍ବିଟର୍‌ରେ ଟ୍ରେଣ୍ଡ୍‌ କରିଥିଲା। ତେବେ ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ଅଧିକାଂଶ ପାକିସ୍ତାନୀ ନାଗରିକଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ଏହି ‘ମୋଦୀଗୋବ୍ୟାକ୍‌’ ଟ୍ରେଣ୍ଡ୍‌ କରିଛି। ଆଜି ସକାଳୁ ପାକିସ୍ତାନୀ ଟ୍ବିଟର ହ୍ୟାଣ୍ଡେଲ୍‌ ଗୁଡ଼ିକ ଲଗାତାର ଭାରତ ବିରୋଧୀ ଟ୍ବିଟ୍‌ କରୁଛନ୍ତି। କିନ୍ତୁ ପାକିସ୍ତାନର ଏହି ଷଡ଼ଯନ୍ତ୍ର ପଦାରେ ପଡ଼ିଯାଇଛି।

ସମ୍ବନ୍ଧିତ ଖବର