ନୂଆଦିଲ୍ଲୀ: ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଆସୁଥିବା ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ପୁଣି ଏକ ଅଜବ ବୟାନ ଦେଇ ବିବାଦ ମଧ୍ୟକୁ ଆସିଛନ୍ତି। ଦେଶରେ ବଢୁଥିବା ଦୁଷ୍କର୍ମ ଘଟଣାକୁ ନେଇ ୟୁପିର ଏହି ବିଧାୟକ ଜଣକ କହିଛନ୍ତି, ସମାଜରେ ଏହା ଏକ ସ୍ୱାଭାବିକ ପ୍ରଦୂଷଣ। ଏହାକୁ ନିୟନ୍ତ୍ରଣ କରିବା କାହା ବଶରେ ନାହିଁ। ଏମିତି କି ଭଗବାନ ରାମ ଆସିଲେ ବି ଏହାକୁ ରୋକିପାରିବେ ନାହିଁ ବୋଲି ସେ କହିଛନ୍ତି। ସମାଜର ପ୍ରତ୍ୟେକ ଲୋକ ଅନ୍ୟମାନଙ୍କୁ ନିଜ ପରିବାରର ଲୋକ ବୋଲି ଭାବିବା ଉଚିତ। ସେମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ରୋକିବା ପାଇଁ ଆଗକୁ ବଢ଼ିବା ଆବଶ୍ୟକ। ସବୁ ଧର୍ମର ଲୋକ ଏହି ଭାବନା ରଖି ପରସ୍ପରକୁ ଭଲ ପାଇବା ଉଚିତ। ସେହିଭଳି ସମସ୍ତଙ୍କୁ ନିଜର ଭଉଣୀ ବୋଲି ଭାବି ସେହି ଅନୁସାରେ ବ୍ୟବହାର ଦେଖାଇବା ଉଚିତ। ତେବେ ଦେଶରେ ବଢୁଥିବା ଦୁଷ୍କର୍ମକୁ ନେଇ ସେ କହିଛନ୍ତି, ସମ୍ବିଧାନରେ ଯେତେ ଆଇନ ବ୍ୟବସ୍ଥା କରାଗଲେ ବି ଦୁଷ୍କର୍ମକୁ ରୋକାଯାଇ ପାରିବ ନାହିଁ। ସଂସ୍କାର ଦ୍ୱାରା ଏହା ଉପରେ ନିୟନ୍ତ୍ରଣ ରଖାଯାଇ ପାରିବ। କିନ୍ତୁ ଆଜିର ସମାଜରେ ଏଭଳି କେଉଁଠି ଦେଖିବାକୁ ମିଳୁନାହିଁ। ଏହା ଯେମିତି ଏକ ସ୍ୱାଭାବିକ ଘଟଣାରେ ପରିଣତ ହୋଇଗଲାଣି। ତେଣୁ ଭଗବାନ ରାମ ଆସିଲେ ବି ଏହି ଘଟଣାକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ ବୋଲି ବିଧାୟକ ସୁରେନ୍ଦ୍ର ସିଂହ କହିଛନ୍ତି।
ଭଗବାନ ରାମ ବି ଦୁଷ୍କର୍ମ ରୋକିପାରିବେନି
ବିଜେପି ବିଧାୟକଙ୍କ ଅଜବ ବୟାନ
/sambad/media/post_attachments/wp-content/uploads/2018/07/BJP-MLA-Surendra-Singh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)