ଗୋଦାବରୀ ନୌକାବୁଡ଼ି ଘଟଣା: ମୃତ୍ୟୁସଂଖ୍ୟା ୨୫କୁ ବୃଦ୍ଧି ପାଇଲା

ହାଇଦ୍ରାବାଦ୍‌ : ଗୋଦାବରୀ ନୌକାବୁଡ଼ି ଘଟଣାରେ ମୃତ୍ୟୁସଂଖ୍ୟା ଆଜି ୨୫କୁ ବୃଦ୍ଧି ପାଇଛି। ଆଜି ଆଉ ୧୭ ଜଣଙ୍କ ମୃତ‌ଦେହ ଉଦ୍ଧାର ହୋଇଛି। ଦେବୀପଟ୍ଟନମରୁ ୧୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ପଟ୍ଟିସୀମା, ଅଙ୍ଗୁଲୁରୁ କଫି ଡ୍ୟାମ୍‌ ଏବଂ ପୋଲାଭରମ ‌ଲଞ୍ଚ୍‌ ରିଭର୍‌ରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ମୃତକଙ୍କ ଶବ ଅତ୍ରେୟପୁରମ୍‌ରୁ ଉଦ୍ଧାର କରାଯାଇଛି। ଉଲ୍ଲେଖଯୋଗ୍ୟ, ଗତ ରବିବାର ଦିନ ୬୧ ଜଣଙ୍କୁ ଧରି ଯାତ୍ରା କରୁଥିବା ଏକ ନୌକା ଗୋଦାବରୀ ନଦୀରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ସମ୍ବନ୍ଧିତ ଖବର