ବିଶାଖାପାଟଣାରେ ଥିବା ଏହି ମନ୍ଦିରରେ ମା’ ଦୁର୍ଗାଙ୍କ ପ୍ରତିମାରେ ୪ କିଲୋଗ୍ରାମ୍ ସୁନା ଓ ୨ କୋଟି ଟଙ୍କାର ସାଜସଜ୍ଜା

ବିଶାଖାପାଟଣା: ଆଜି ହେଉଛି ମହାନବମୀ। ଏବେ ମା’ ଦୁର୍ଗାଙ୍କ ପାଇଁ ନବରାତ୍ରୀ ମଧ୍ୟ ଚାଲିଛି । ବିଭିନ୍ନ ରାଜ୍ୟରେ ଦୁର୍ଗା ମୂର୍ତ୍ତି ରଖାଯାଇ ପୂଜାର୍ଚ୍ଚନା ଚାଲିଛି। । ଏବେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଏଭଳି ଏକ ଦୁର୍ଗାଙ୍କ ପ୍ରତିମା ନିର୍ମାଣ କରାଯାଇ ପୂଜାର୍ଚ୍ଚନା ଚାଲିଛି ଯାହା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଏହାର କାରଣ ହେଲା ଏଠାରେ ଦୁର୍ଗାଙ୍କ ପ୍ରତିମାରେ ୪ କିଲୋଗ୍ରାମ୍ ଓଜନର ସୁନା ଓ ୨ କୋଟି ଟଙ୍କା ସଜାଯାଇଛି । ଏହି ପ୍ରତିମାକୁ ଦେଖିବା ପାଇଁ ବହୁ ଦୂରରୁ ଲୋକେ ଆସୁଛନ୍ତି ।

ବିଶାଖାପାଟଣାରେ ଥିବା ଶ୍ରୀ କନ୍ୟାକା ପରମେଶ୍ୱରୀ ମନ୍ଦିରରେ ଦୁର୍ଗା ଅଷ୍ଟମୀ ଅବସରରେ ଦେବୀଙ୍କ ପ୍ରତିମାକୁ ୪ କିଲୋଗ୍ରାମ ସୁନା ଓ ୨ କୋଟି ଟଙ୍କାରେ ସଜାଯାଇଛି । ଏଠାରେ ରଖାଯାଇଥିବା ଏକ ମାଠିଆରେ ସୁନାର ଟଙ୍କା ବି ରଖାଯାଇଥିବା ଜଣାଯାଇଛି । ଶ୍ରଦ୍ଧାଳୁମାନେ ଏହି ମୂର୍ତ୍ତି ଦେଖିବା ପାଇଁ କେବଳ ଆନ୍ଧ୍ର ପ୍ରଦେଶରୁ ନୁହେଁ ,ବରଂ ପଡ଼ୋଣୀ ରାଜ୍ୟରୁ ବି ଲୋକେ ଆସୁଛନ୍ତି ।

Image result for sri kanyaka parameswari temple
photo-just dial

ଆଉ ଏକ ଉଊଲ୍ଲଖନୀୟ ପ୍ରସଙ୍ଗ ହେଲା ଯେ ଏହି ଶ୍ରୀ କନ୍ୟାକା ପରମେଶ୍ୱରୀ ମନ୍ଦିର ହେଉଛି ୧୪୦ ବର୍ଷର ପୁରୁଣା । ଏହି ମନ୍ଦିରରେ ଦେବୀଙ୍କ ସମ୍ମୁଖରେ ଟଙ୍କା ଓ ସୁନା ରଖିଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେବେ ପୂଜା ଶେଷ ହେବା ପରେ ଏହି ଟଙ୍କାକୁ ମନ୍ଦିରର ଟ୍ରଷ୍ଟ ଗ୍ରହଣ ନ କରି ଶ୍ରଦ୍ଧାଳୁମାନଙ୍କୁ ଫେରାଇ ଦେଇଥାଏ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର