ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ବିଜେପିର ୩ ଜଣ ନେତା ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର, ଅନନ୍ତ କୁମାର ହେଗ୍ଡ଼େ ଏବଂ ନଳୀନ କତିଲ୍ଙ୍କୁ ଦଳର ଶୃଙ୍ଖଳା କମିଟି ନୋଟିସ୍ କରିଛନ୍ତି। ୧୦ ଦିନ ମଧ୍ୟରେ ଏହି ୩ ନେତା ଶୃ୍ଙ୍ଖଳାଗତ କମିଟି ନିକଟରେ ନିଜର ବୟାନ ସଂକ୍ରାନ୍ତରେ ଜବାବ ରଖିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଏମ୍ଏନ୍ଏମ୍ ନେତା କମଲ ହସନ ଦେଶର ପ୍ରଥମ ଆତଙ୍କବାଦୀ ଜଣେ ହିନ୍ଦୁ ଏବଂ ସେ ହେଉଛନ୍ତି ନାଥୁରାମ ଗଡସେ ବୋଲି କହିବା ପରେ ଏହାକୁ ନେଇ ଏହି ବିଜେପି ନେତାମାନେ ଉଗ୍ର ପ୍ରତିକ୍ରିୟା ଦେଇଥିଲେ। ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର କହିଥିଲେ ଗଡସେ ଜଣେ ଦେଶଭକ୍ତ ଥିଲେ ଏବଂ ସେ ଦେଶଭକ୍ତ ହିଁ ରହିବେ। ଗଡସେଙ୍କୁ ଆତଙ୍କବାଦୀ କହିଥିବା ଲୋକଙ୍କୁ ଏହି ନିର୍ବାଚନରେ ସଠିକ୍ ଜବାବ ମିଳିବ। ତେବେ ସାଧ୍ବୀଙ୍କ ପଦାଙ୍କ ଅନୁସରଣ କରି କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗଡ଼େ ଏକ ଟ୍ବିଟ୍ କରି କହିଥିଲେ ‘ମୁଁ ଖୁସି ଯେ ୭୦ ବର୍ଷ ପରେ ବର୍ତ୍ତମାନର ପିଢ଼ି ଏକ ପରିବର୍ତ୍ତିତ ବାତାବରଣରେ ବିତର୍କ କରୁଛନ୍ତି ଏବଂ ଗଡସେ ଥିଲେ ସେ ମଧ୍ୟଏହି ବିତର୍କରେ ଖୁସି ହୋଇଥାନ୍ତେ। ତେବେ ହେଗଡ଼େ ତୁରନ୍ତ ଏହି ମନ୍ତବ୍ୟ ହଟାଇ ଦେଇ କହିଥିଲେ ଯେ, ତାଙ୍କ ଆକାଉଣ୍ଟ୍ ହ୍ୟାକ୍ କରାଯାଇଛି ଏବଂ ସେ କେବେ ବି ଗଡସେଙ୍କୁ ପ୍ରଶଂସା କରିନାହାନ୍ତି। ଅନ୍ୟପକ୍ଷେ କର୍ଣ୍ଣାଟକର ଜଣେ ବିଜେପି ନେତା ନଳୀନ କୁମାର କତିଲ୍ ଗଡସେଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ ତୁଳନା କରିଛନ୍ତି। ସେ କହିଛନ୍ତି ଗଡସେ ଜଣଙ୍କୁ ହତ୍ୟା କରିଥିଲେ, କସବ୍ ୭୨ ଜଣଙ୍କୁ ଏବଂ ରାଜୀବ ଗାନ୍ଧୀ ୧୭,୦୦୦ ଲୋକଙ୍କୁ ହତ୍ୟା କରିଥିଲେ। ତେଣୁ ଏମାନଙ୍କ ମଧ୍ୟରୁ କିଏ ଅଧିକ ନିଷ୍ଠୁର ତାହା ଲୋକମାନେ ବିଚାର କରିବା ଉଚିତ୍ ବୋଲି ସେ କହିଥିଲେ। ଏନେଇ ଏହି ୩ ନେତାଙ୍କୁ ବିଜେପି ଶୃଙ୍ଖଳା କମିଟି ନୋଟିସ୍ କରିଛନ୍ତି।
ଗଡସେ-ଗାନ୍ଧୀ ବିବାଦରେ ବିଜେପି
୩ ବିଜେପି ନେତାଙ୍କୁ ଶୃଙ୍ଖଳା କମିଟି ନୋଟିସ୍
/sambad/media/post_attachments/wp-content/uploads/2019/05/gandhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)