ନୂଆଦିଲ୍ଲୀ: ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ମାମଲାରେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ତିନି ଜଣିଆ ଆଭ୍ୟନ୍ତରୀଣ ତଦନ୍ତ କମିଟି ସୋମବାର ଦିନ କ୍ଲିନ୍ଚିଟ୍ ଦେବା ପରେ ଆଜି କୋର୍ଟ ଆଗରେ ବିଭିନ୍ନ ସଂଗଠନର ମହିଳାଙ୍କ ଦ୍ୱାରା ପ୍ରତିବାଦ କରାଯାଇଛି। ଗୋଗୋଇଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯ୍ୟାତନା ଅଭିଯୋଗ ଭିତ୍ତିହୀନ ବୋଲି ସୁପ୍ରିମ କୋର୍ଟର ଆଭ୍ୟନ୍ତରୀଣ ତଦନ୍ତ କମିଟି ଘୋଷଣା କରିବା ପରେ ବିଭିନ୍ନ ମହିଳା ସଂଗଠନ ତରଫରୁ ପ୍ରତିବାଦ କରାଯାଇ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ହାତରେ ବିଭିନ୍ନ ପ୍ରକାରର ପ୍ଲାକାର୍ଡ଼ ଧରି ମହିଳାକର୍ମୀମାନେ ବିକ୍ଷୋବ ପ୍ରଦର୍ଶନ କରିଛନ୍ତି। ସ୍ବଚ୍ଚ ଏବଂ ନିର୍ମଳ ତଦନ୍ତ ପ୍ରକ୍ରିୟାର ଆବଶ୍ୟକତାକୁ ମହିଳା ପ୍ରତିବାଦକାରୀ ଜୋର ଦେଇଛନ୍ତି। ଗୋଗୋଇଙ୍କୁ ଏହି ମାମଲାରେ କ୍ଲିନ୍ଚିଟ୍ ଦିଆଯିବାକୁ ‘ସର୍ବୋଚ୍ଚ ଅନ୍ୟାୟ’ ବୋଲି ମଧ୍ୟ ମହିଳା ପ୍ରତିବାଦକାରୀ କହିଛନ୍ତି। କୋର୍ଟ ଆଗରେ ମହିଳା କର୍ମୀ ଏବଂ ମହିଳା ଓକିଲଙ୍କ ଦ୍ୱାରା ପ୍ରତିବାଦ ପରେ ପୁଲିସ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୫୫ ଜଣଙ୍କୁ ଅଟକ ରଖାଯାଇଛି। ଅଟକଙ୍କ ମଧ୍ୟରେ ଅଧିକାଂଶ ଆଡ଼ଭୋକେଟ୍ ଅଛନ୍ତି। ପ୍ରତିବାଦ ଆରମ୍ଭ ହେଉହେଉ ପୁଲିସ ମହିଳାମାନଙ୍କୁ ଭେନ୍ରେ ନେଇଯାଇଛି। ଅଟକକୁ ବିରୋଧ କରି ଆଡ଼ଭୋକେଟ୍ ଅମ୍ରିତାନନ୍ଦ ଚକ୍ରବର୍ତ୍ତୀ କହିଛନ୍ତି ପୁଲିସ ସେମାନଙ୍କୁ ପ୍ରତିବାଦ ପାଇଁ ୫ ମିନଟ ସମୟ ମଧ୍ୟ ଦେଇନାହିଁ। ତେବେ ପୁଲିସ ତରଫରୁ ସ୍ପଷ୍ଟୀକରଣ ଦିଆଯାଇ କହାଯାଇଛି, ସୁପ୍ରିମ କୋର୍ଟ ଆଗରେ ପ୍ରତିବାଦ କରିବା ବେଆଇନ। ଅପ୍ରୀତିକର ପରିସ୍ଥିତିକୁ ଏ଼ଡାଇବାକୁ ସୁପ୍ରିମ କୋର୍ଟ ପାଖାପାଖି ଅଂଚଳରେ ୧୪୪ ଧାରା ଜାରି କରାଯାଇଛି। କୋର୍ଟ ପରିସରରେ ସୁରକ୍ଷା କଡାକଡି କରାଯାଇଛି। ପାରାମିଲିଟାରି ପୁଲିସ ମୁତୟନ କରାଯାଇଛି। ପ୍ରତିବାଦକାରୀଙ୍କୁ େଘୗଡାଇବା ପାଇଁ ୱାଟର୍ କେନନ୍ ମଧ୍ୟ ପ୍ରସ୍ତୁତ ରଖାଯାଇଛି।
ଗୋଗୋଇଙ୍କୁ କ୍ଲିନ୍ଚିଟ୍:ସୁପ୍ରିମ କୋର୍ଟ ଆଗରେ ମହିଳାଙ୍କ ପ୍ରତିବାଦ
୧୧୪ ଧାରା, ୫୫ ମହିଳା ଅଟକ
/sambad/media/post_attachments/wp-content/uploads/2019/05/supreme-court-protest-by-women.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)