ଭୁବନେଶ୍ବର: ସୁନା ଓ ରୁପା ଦର ବୃଦ୍ଧିର ଆଉ ଏକ ଧାରା ଆରମ୍ଭ ହୋଇଛି। ତାହାର ପ୍ରଭାବ କେବଳ ଓଡ଼ିଶା ନୁହେଁ ଦେଶବ୍ୟାପୀ ଅନୁଭୂତ ହୋଇଛି। ଭୁବନେଶ୍ବରରେ ସୋମବାର ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୫୦ ଟଙ୍କା ବୃଦ୍ଧି ପାଇ ୧,୦୩, ୬୫୦ ଟଙ୍କା ହୋଇଛି। ସେହି ସମୟରେ ୨୪ କ୍ୟାରେଟ୍ ସୁନା ଦାମ୍ ୯୨୦ ଟଙ୍କା ବୃଦ୍ଧି ପାଇ ୧,୧୩,୦୭୦ ଟଙ୍କାରେ ପହଞ୍ଚିଛି। ଚଳିତ ମାସ ୧୯ଠାରୁ ଉଭୟ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ଦାମ୍ ଲଗାତାର ଭାବେ ବଢ଼ୁଛି। ଇତିମଧ୍ୟରେ ୨୨ କ୍ୟାରେଟ୍ ସୁନା ୧୭୫୦ ଟଙ୍କା ଓ ୨୪ କ୍ୟାରେଟ୍ ୧୯୦୦ ଟଙ୍କା ମହଙ୍ଗା ହୋଇସାରିଲାଣି। ସୁନା ଭଳି ରୁପା ଦର ମଧ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସୋମବାର ରୁପାର କିଲୋଗ୍ରାମ ପିଛା ଦାମ୍ ଗୋଟିଏ ଦିନରେ ୩୦୦୦ ଟଙ୍କା ବଢ଼ିଛି। ଫଳରେ ତାହାର ମୂଲ୍ୟ ୧,୪୮,୦୦୦ ଟଙ୍କା ହୋଇଛି। ଚଳିତ ମାସ ୧୯ ପରଠାରୁ ରୁପା ଦରରେ ୭ ହଜାର ଟଙ୍କାର ବୃଦ୍ଧି ଘଟିଛି। ଯେଉଁ ହାରରେ ଦର ବଢ଼ୁଛି, ଖୁବ୍ଶୀଘ୍ର ରୁପା କେଜି ଦେଢ଼ ଲକ୍ଷ ଟଙ୍କା ହୋଇଯିବା ସମ୍ବାବନା ରହିଛି।
ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୨୩୮୦ ଟଙ୍କା ବୃଦ୍ଧି ପାଇ ୧,୧୨,୧୫୫ ଟଙ୍କା ହୋଇଥିବା ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି, ରୁପା କେଜି ୪୮୬୯ ଟଙ୍କା ବଢ଼ି ୧,୩୨,୮୬୯ ଟଙ୍କା ହୋଇଛି। କେବଳ ୨୦୨୫ରେ ଦେଶରେ ସୁନା ଦାମ୍ ୩୬ ହଜାର ଟଙ୍କା ଓ ରୁପା ଦର ୪୬,୮୫୨ ଟଙ୍କା ବଢ଼ିସାରିଲାଣି। ୨୦୨୪ ଡିସେମ୍ବର ୩୧ରେ ୨୪ କ୍ୟାରେଟ୍ ସୁନା ଦାମ୍ ୭୬,୧୬୨ ଟଙ୍କା ଓ ରୁପା ଦାମ୍ ୮୬,୦୧୭ ଟଙ୍କା ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/14/gold-2025-07-14-00-40-04.jpg)