ଅହମଦାବାଦ: ଗୁଜରାଟର ଅହମଦାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଗୁଜରାଟ ଏଟିଏସ୍ ଏବଂ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ମିଳିତ ଭାବେ ଚଢ଼ାଉ କରି ସହରର ପାଲଡି ଅଞ୍ଚଳରେ ଥିବା ଜଣେ ଷ୍ଟକ ମାର୍କେଟ ଅପରେଟରଙ୍କ ଖାଲି ପଡ଼ିଥିବା ଫ୍ଲାଟ୍ ଉପରେ ଚଢ଼ାଉ କରିଥିଲେ। ଅପରେସନ ସମୟରେ ଯାହା ମିଳିଥିଲା, ତାହା ଦେଖି ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଡିଆରଆଇ ଓ ଏଟିଏସ୍ ଅଧିକାରୀମାନେ ସୁନାର ପ୍ରକୃତ ଓଜନ ଓ ମୂଲ୍ୟ ନିର୍ଦ୍ଧାରଣ କରୁଥିବା ବେଳେ ବର୍ତ୍ତମାନର ବଜାର ମୂଲ୍ୟ ଆଧାରରେ ଏହାର ମୂଲ୍ୟ ୧୦୦ କୋଟିରୁ ଅଧିକ ହୋଇପାରେ ବୋଲି ସେମାନେ କହିଛନ୍ତି। ଜବତ ହୋଇଥିବା ସମଗ୍ରୀ ମଧ୍ୟରେ ୯୦ କିଲୋ ସୁନା ଅଛି।
ସୂତ୍ରରୁ ପ୍ରକାଶ ଯେ ଗୁଜରାଟକୁ ବିପୁଳ ପରିମାଣର ସୁନା ଚୋରା ଚାଲାଣ ହୋଇଛି ଏବଂ ପାଲଡିସ୍ଥିତ ଆବିଷ୍କାର ଆପାର୍ଟମେଣ୍ଟର ଏକ ବନ୍ଦ ଫ୍ଲାଟରେ ଲୁଚାଇ ରଖାଯାଇଛି ବୋଲି ଏଟିଏସ୍ ଅଧିକାରୀଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା। ଏହା ପରେ ଚଢଉ କରାଯାଇଥିଲା । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/03/17/lWdRFH5KlzSEPCqOVL7m.jpg)