ରାୟପୁର: ଛତିଶଗଡ଼ର ବସ୍ତର ଅନ୍ତର୍ଗତ କୋଣ୍ଡାଗାଓଁ ଜିଲ୍ଲାରେ ରାସ୍ତା ତିଆରି ପାଇଁ ମାଟି ଖୋଳା ଯାଉଥିବା ବେଳେ ଶ୍ରମିକମାନେ ମାଠିଆଏ ସ୍ୱର୍ଣ୍ଣମୁଦ୍ରା ପାଇଛନ୍ତି। ସେ ସ୍ୱର୍ଣ୍ଣମୁଦ୍ରାଗୁଡ଼ିକ ୧୨ଶ-ରୁ-୧୩ଶ ଶତାବ୍ଦୀ ସମୟର ବୋଲି ପ୍ରତ୍ନତ୍ତାତ୍ୱିକମାନେ କହିଥିବା ଜଣେ ଅଧିକାରୀ ଶନିବାର ଦିନ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଗୁରୁବାର ଦିନ ଜିଲ୍ଲା ମୁଖ୍ୟାଳୟ ଠାରୁ ୬୦ କିଲୋମିଟର ଦୂରସ୍ଥିତ କେଶକାଳ ବ୍ଲକ୍ ଅଞ୍ଚଳରେ ଜଣେ ମହିଳା ଶ୍ରମିକ ସେ ପାତ୍ରଟିକୁ ଦେଖିଥିଲେ ବି ତାକୁ ଛୁଇଁବାକୁ ସାହସ କରି ପାରି ନ ଥିଲେ। କୋରକୋଟିରୁ ବେଦମା ଗାଁ ମଧ୍ୟରେ ତିଆରି ଚାଲିଥିବା ରାସ୍ତା ପାଇଁ ମାଟି ଖୋଳଯିବା ବେଳେ ପାତ୍ରଟି ମିଳିଥିବା କଥା ଜିଲ୍ଲାପାଳ ନୀଳକଣ୍ଠ ତେକାମ କହିଛନ୍ତି। କୋରକୋଟି ସରପଞ୍ଚ ଶନିବାର ଦିନ ପାତ୍ରଟିକୁ କଲେକ୍ଟର୍ଙ୍କୁ ଦେଇଥିଲେ।
ଲୋକବିଶ୍ୱାସ ଅନୁସାରେ ପୋତାଧନ ଭିତରକୁ ହାତ ପୂରାଇଲେ ଅଭିଶାପ ମିଳେ। ତେଣୁ ଶ୍ରମିକମାନେ ଖୁବ୍ ହୁସିଆର ହୋଇ ସେ ପାତ୍ରଟିକୁ ଓଲଟାଇ ଦିଅନ୍ତେ ସେଥିରୁ ୫୭ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଗୋଟିଏ କାନଫୁଲ ବାହାରିଲା। ମୁଦ୍ରାଗୁଡ଼ିକରେ ଥିବା ଲିପି ବିଦର୍ଭ ଶାସକ ଯାଦବ ବଂଶଙ୍କ ଅମଳର ବୋଲି ପ୍ରାଥମିକ ଅନୁସନ୍ଧାନର ଜଣାପଡ଼ିଛି।
ରାଜ୍ୟ ପ୍ରତ୍ନତାତ୍ତ୍ୱିକ ବିଭାଗ ଏହି ସ୍ୱର୍ଣ୍ଣମୁଦ୍ରା ସବୁ ଅଧିକ ଯାଞ୍ଚ କରିବ ବୋଲି ଜିଲ୍ଲାପାଳ କହିଛନ୍ତି।