ଏହି ଜିଲ୍ଲାର ମାଟିତଳେ ଅଛି ୩ ହଜାର ଟନ ସୁନା, ଖୁବ ଶୀଘ୍ର ହେବ ଉତ୍ତୋଳନ

ନୂଆଦିଲ୍ଲୀ: ମାଟି ତଳେ ମହଜୁଦ ହୋଇ ରହିଛି ହଜାର ହଜାର ଟନ ସୁନା | ଆଉ ଏହାକୁ ଖୋଳି କାଢ଼ିବାକୁ ଏବେ ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି | ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ପାଖାପାଖି ତିନି ହଜାର ଟନ ସୁନା ଥିବାର ଜଣାପଡିଛି | ରାଜ୍ୟ ଖଣିଜ ବିଭାଗ ଏହି ସୁନା ବାବଦରେ ଜାଣିଥିବାବେଳେ ଏହି ସୁନାକୁ ଉତ୍ତୋଳନ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଯାଇଛି | ଅବଶ୍ୟ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ(ଜିଏସଆଇ) ୧୫ ବର୍ଷ ହେଲା ଜିଲ୍ଲାର ମାଟିକୁ ନେଇ ଗବେଷଣା କରୁଥିବାବେଳେ ରାଜ୍ୟ ସରକାରଙ୍କୁ ଜଣାଇଛି |

Photo-Free Press Journal

ଏବେ ଉତ୍ତରପ୍ରଦେଶ ରାଜ୍ୟ ସରକାର ସୁନାକୁ ବିକ୍ରି କରିବା ପାଇଁ ଇ-ନିଲାମୀ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି | ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର କହିବା ମୁତାବକ ସୋନଭଦ୍ର ଜିଲ୍ଲର ହରଦି ଅଞ୍ଚଳରେ ୬୪୬.୧୫ କିଲୋଗ୍ରାମ ସୁନା ଥିବାବେଳେ ସୋନ ପାହାଡ଼ରେ ୨୯୪୩.୨୫ ଟନ ସୁନା ମହଜୁଦ ହୋଇ ରହିଛି |

ସୁନା ଗଛିତ ଥିବା ଜାଣିବା ପରେ ଉତ୍ତରପ୍ରଦେଶ ସରକାର ଇ-ନିଲାମୀ ମାଧ୍ୟମରେ ସୁନା ନିଲାମ କରିବାକୁ ପ୍ରସ୍ତୁତି କରୁଛନ୍ତି | ଏଥିପାଇଁ ୭ ଜଣିଆ ଟିମ ଗଠନ କରାଯାଇଛି | ଏହି ଟିମ ଅଞ୍ଚଳର ଜିଓ ଟ୍ୟାଗିଙ୍ଗ କରି ୨୨ ଫେବୃୟାରୀ ସୁଦ୍ଧା ରିପୋର୍ଟ ଦେବ | ତେବେ ଜିଲ୍ଲା ଖଣିଜ ଅଧିକାରୀ କହିଛନ୍ତି ଏହି ଅଂଚଳରେ କେବଳ ସୁନା ନାହିଁ ବରଂ ଲୌହ ଓ ୟୁରାନିୟମ ମଧ୍ୟ ଥିବାର ସମ୍ଭାବନା ଦେଖାଦେଇଛି | ଯାହାକୁ ଏବେ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର କର୍ମଚାରୀମାନେ ଖୋଜିବା ଅଭିଯାନରେ ଲାଗିପଡିଛନ୍ତି |

ସମ୍ବନ୍ଧିତ ଖବର