ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଏକ ବେଆଇନ ସୁନା ଖଣି ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସୋମବାର ଯେତେବେଳେ ଖଣିରେ ଫସି ରହିଥିବା ଲୋକଙ୍କର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା, ସେଠାରେ ଅବସ୍ଥା ଦେଖି ଅଧିକାରୀ ଓ ଉଦ୍ଧାରକାରୀ ଦଳ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଖଣିରେ ବେଆଇନ ଭାବେ ନିୟୋଜିତ ଲୋକମାନେ ମାସ ମାସ ଧରି ମାଟିତଳେ ରହୁଥିଲେ। ଏକ ଭିଡିଓରେ ମୃତଦେହକୁ ବଡି ବ୍ୟାଗରେ ଗୁଡ଼ାଇ ଦେଖାଯାଇଥିବା ଦେଖିବାକୁ ମିଳିଥିଲା।
ଖଣି ସ୍ଥାନରୁ ଆଉ କିଛି ଭିଡିଓ ସୋସିଆଲ ମିଡ଼ିଆରେ ପ୍ରକାଶ ପାଇଛି। ଯେଉଁଥିରେ କିଛି ଖଣି ଶ୍ରମିକ ଅତି ଦୁର୍ବଳ ଅବସ୍ଥାରେ ଦେଖାଯାଉଛନ୍ତି, ତେବେ ସେମାନେ ଜୀବିତ ଅଛନ୍ତି।ବାସ୍ତବରେ, ଗତ ବର୍ଷ ଦକ୍ଷିଣ ଆଫ୍ରିକାରେ ପୁଲିସ ବେଆଇନ ଖଣି ବିରୋଧରେ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିଥିଲା, ଏହା ପରେ ଶ୍ରମିକମାନେ ଖଣିରେ ମାଟି ତଳେ ଆଶ୍ରୟ ନେଇଥିଲେ।
ବିବିସି ଅନୁସାରେ ଅଧିକାରୀମାନେ ଖଣିରେ ମାଟି ତଳେ ଆଶ୍ରୟ ନେଇଥିବା ଶ୍ରମିକ ମାନଙ୍କ ପାଇଁ ଗତ ବର୍ଷ ଖାଦ୍ୟ, ଜଳ ଏବଂ ଔଷଧ ଯୋଗାଣ ବନ୍ଦ କରିଦେଇଥିଲେ। ଶ୍ରମିକମାନେ ଜାଣିଶୁଣି ଏବଂ ବିନା ଅନୁମତିରେ ଖଣିରେ ମାଟିତଳେ ପ୍ରବେଶ କରିଥିଲେ।
ଜୋହାନ୍ସବର୍ଗଠାରୁ ପ୍ରାୟ ୧୪୫କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଏହି ଖଣି ଉପରେ କଟକଣା ଜାରି ହେବା ପରେ ୧୦୦ ରୁ ଅଧିକ ବେଆଇନ ଖଣି ଶ୍ରମିକଙ୍କ ମୃତ୍ୟୁ ଘଟିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେବେ ଅଧିକାରୀମାନେ ଏପର୍ଯ୍ୟନ୍ତ ଏହି ସଂଖ୍ୟା ନିଶ୍ଚିତ କରିନାହାନ୍ତି।
At least 100 illegal miners die in an abandoned gold mine in South Africa.
— SD (@stringerukraine) January 13, 2025
According to Sabelo Mnguni, a representative of the United Group Against Illegal Mining, the miners trapped in the mine in North West Province are believed to have died from starvation or dehydration… pic.twitter.com/3LLzCbEchk
ଅଧିକ ପଢ଼ନ୍ତୁ: ବଲିଉଡ ରାଖିଙ୍କର ଅପବ୍ୟବହାର କରିବାକୁ ଚାହୁଥିଲା: ରାମ କପୁର
ବିବିସି ରିପୋର୍ଟ ଅନୁଯାୟୀ, ଏହି ଟ୍ରେଡ୍ ୟୁନିଅନ୍ ଦକ୍ଷିଣ ଆଫ୍ରିକାର ଜେନେରାଲ୍ ଇଣ୍ଡଷ୍ଟ୍ରିଜ୍ ୱାର୍କର୍ସ ଦ୍ୱାରା ଭିଡିଓ ଜାରି କରାଯାଇଛି। ଭିଡିଓରେ, କେତେକ ଶ୍ରମିକ ଏକ ଆବର୍ଜନାପୂର୍ଣ୍ଣ ଚଟାଣରେ ବସିଛନ୍ତି। ସେମାନଙ୍କର ଚେହେରାକୁ ଭିଡିଓରେ ଅସ୍ପଷ୍ଟ କରି ଦିଆଯାଇଛି। ଏଥିରେ ଜଣେ ବ୍ୟକ୍ତି କହୁଥିବାର ଶୁଣିବାକୁ ମିଳୁଛି, ଆମେ ଆପଣଙ୍କୁ ମାଟିତଳେ ଥିବା ମୃତକଙ୍କ ମୃତଦେହଦେଖାଇବାକୁ ଯାଉଛୁ, ଆପଣ ଦେଖୁଛନ୍ତି କି ଲୋକମାନେ କିପରି ଜୀବନ ସହିତ ସଂଘର୍ଷ କରୁଛନ୍ତି? ଦୟାକରି ଆମକୁ ସାହାଯ୍ୟ କରନ୍ତୁ ।
ଅନ୍ୟ ଏକ ଭିଡିଓରେ ଜଣେ ବ୍ୟକ୍ତି କହୁଛନ୍ତି ,ଏଭଳି ମରିବାର କାରଣ ହେଉଛି ଭୋକଶୋଷ। ଭୋକଶୋଷରେ ଲୋକମାନେ ମରୁଛନ୍ତି। ଏହା ପରେ ସେ ପ୍ରକାଶ କରିଛନ୍ତି ଯେ, ୯୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ସାହାଯ୍ୟ ପାଇଁ ଆମେ ନିବେଦନ କରିଛୁ। ଶନିବାର ଦିନ ଏହି ଭିଡିଓଗୁଡ଼ିକର ସୁଟିଂ କରାଯାଇଥିବା ୟୁନିୟନ ଦାବି କରିଛି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହାକୁ ଏକ ନରସଂହାର ବୋଲି କୁହାଯାଇଛି। ଏହି ଭୟଙ୍କର ସ୍ଥିତି ପାଇଁ କର୍ତ୍ତୃପକ୍ଷଙ୍କୁ ଦାୟୀ କରାଯାଇଛି। ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଅଧିକ ପଢ଼ନ୍ତୁ: ୨୦ରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ